ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବିଜେପିର ବଡ଼ ଘୋଷଣା, ମିଜୋରାମର ସମସ୍ତ ୪୦ ବିଧାନସଭା ଆସନରେ ନିର୍ବାଚନ ଲଢିବ ଦଳ

9/10/2022 at 11:27 AM

ନୂଆଦିଲ୍ଲୀ: ମିଜୋରାମରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନରେ ସମସ୍ତ ୪୦ ଆସନରେ ନିର୍ବାଚନ ଲଢିବାକୁ ବିଜେପି ଘୋଷଣା କରିଛି । ମିଜୋରାମ ବିଜେପି ଅଧ୍ୟକ୍ଷ ବନଲାଲମୁଆକା ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ୱରରେ ରାଜ୍ୟରେ କ୍ଷମତାରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟର ୧୬ ନେତା ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିଜୋ ନ୍ୟାସନାଲ ଫ୍ରଣ୍ଟର ନେତା ବିଜେପିରେ ଯୋଗ ଦେଇଥିଲେ ।

ଗତ ନିର୍ବାଚନରେ ମୋଟ ୪୦ ଆସନରୁ ଏମଏନଏଫ ପାର୍ଟି ବହୁମତ ହାସଲ କରି ୨୬ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୨୬ ଆସନର କ୍ଷତି ହୋଇଥିଲା ଏବଂ ମାତ୍ର ୫ ଆସନରେ ବିଜୀୟ ହୋଇଥିଲା । ବିଜେପି ପ୍ରଥମ ଥର ମିଜୋରାମରେ ଖାତା ଖୋଲିଥିଲା ଏବଂ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

   Related Posts