ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୨୪ ନିର୍ବାଚନ ପାଇଁ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
28/12/2022 at 7:59 AM

ଭୁବନେଶ୍ୱର ୨୮।୧୨ : ବୁଧବାର ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କନ୍ଧମାଳ ଏବଂ ପୁରୀ ଲୋକସଭା କ୍ଷେତ୍ରରେ ଜନସଭା କରିବେ ଜେପି ନଡ୍ଡା । ୨୦୨୪ ପାଇଁ କର୍ମୀଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିବେ । ସେଥିପାଇଁ ବିଜେପି ଶିବିର ଏବେ ଚଳଚଞ୍ଚଳ।
ଖବର ଅନୁଯାୟୀ, ଭୁବନେଶ୍ବରର ବିମାନ ବନ୍ଦରରେ ଦିନ ୧୧ରେ ପହଞ୍ଚିବେ ଜେପି ନଡ୍ଡା। ସେଠାରୁ ସିଧାସଳଖ ହେଲିକପ୍ଟରରେ ତୁମୁଡ଼ିବନ୍ଧ ଯିବେଜେପି ନଡ୍ଡା। ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ସାଧାରଣ ସଭା ହେବ। ଜଲେଶପେଟ୍ଟା ନୂତନ କନ୍ୟାଶ୍ରମ ଉଦଘାଟନ କରିବେ ନଡ୍ଡା। ଏହାପରେ ବାଣପୁର ପଲଟନ ପଡ଼ିଆରେ ସାଧାରଣ ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ବାଣପୁର ମା’ ଭଗବତୀଙ୍କୁ ଦର୍ଶନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହାସହ ନାଚୁଣୀ କଲେଜ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜେପି ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।