ଭୁବନେଶ୍ବରରେ ପହଞ୍ଚିଲେ ଜେପି ନଡ୍ଡା, ଗୁରୁବାର କରିବେ ମେଗା ରୋଡ୍‌ ସୋ

Published By : Prameya-News7 Bureau | May 15, 2024 IST

ଭୁବନେଶ୍ବର: ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସନ୍ଧ୍ୟାରେ ପହଞ୍ଚିବା ପରେ ବିଜେପି ମହିଳା ମୋର୍ଚ୍ଚାର ଏକ ବୈଠକରେ ଯୋଗଦେଇଛନ୍ତି। ତେବେ ଗୁରୁବାର ଭୁବନେଶ୍ୱରରେ ରୋଡ଼  ସୋ କରିବେ ନଡ୍ଡା।

ଏହି ବିଶାଳ ରୋଡ ସୋ ସକାଳୁ ମାଉସୀ ମା’ ଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ ସୋ କରିବେ। ପରେ ପଦ୍ମପୁର ଓ ସୁନ୍ଦରଗଡ଼ ସମାବେଶରେ ଯୋଗ ଦେବେ। ସେହିପରି ୧୬ ଏବଂ ୧୭ରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପ୍ରଚର କରିବେ। ୧୬ରେ ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ବ୍ରଜରଜନଗର, ବଣେଇ, ଅତାବିରା, ଜଟଣୀରେ ସଭା କରିବେ।

ପୁଣି ସେହିଦିନ ଛାତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବେ। ୧୭ ତାରିଖରେ ହିମନ୍ତ ବିଶ୍ୱଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଞ୍ଝି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସମାବେଶ କରିବେ। ସେହିପରି ବିଷ୍ଣୁ ଦେବ ସାଏ ସୁନ୍ଦରଗଡ଼, ରାଜାଗାଙ୍ଗପୁର, ବୀରମିତ୍ରପୁରରେ ପ୍ରଚାର କରିବେ।

୧୭ରେ ହେମାମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିସନ ନଗରରେ ସଭା କରିବା ସହ ପିପିଲିରେ  ରୋଡ ସୋ କରିବେ। ସେହିପରି ୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ସାନଖେମୁଣ୍ଡି, ଦଶପଲ୍ଲା, ଜି ଉଦୟଗିରିରେ ପ୍ରଚାର କରିବେ। ନରସିଂହପୁର, ଆଠଗଡ଼ରେ ପ୍ରଚାର କରିବେ ଆଶ୍ବିନୀ ବୈଷ୍ଣବ। ପରଦିନ ବଣେଇ, ସୁନ୍ଦରଗଡ଼ଠାରେ ୨ଟି ସଭା କରିବେ। ୧୭ରେ ପୁଣି ରାଉରକେଲା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.