ଜେପି ନଡ୍ଡା ରାଜ୍ୟସଭାରେ ଗୃହର ନେତା, ପିୟୂଷ ଗୋଏଲଙ୍କ ନେବେ ସ୍ଥାନ

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହର ନେତା ହେଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା। ସେ ରାଜ୍ୟସଭାରେ ପୀୟୂଷ ଗୋଏଲଙ୍କ ସ୍ଥାନ ନେବେ। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଗୋଏଲ ମହାରାଷ୍ଟ୍ରରୁ ନିର୍ବାଚିତ ହୋଇଛନ୍ତି। ଗୋଏଲ ଆଜି ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମନ୍ତ୍ରୀ ଅଛନ୍ତି ନଡ୍ଡା। ତେବେ ଗୃହର ନେତା ଭାବରେ ରାଜ୍ୟସଭା ୱେବସାଇଟରେ ନଡ୍ଡାଙ୍କ ନାମ ଉଲ୍ଲେଖ କରାଯାଇଛି।

ଜାନୁଆରୀ 2024ରେ ବିଜେପି ସଭାପତି ଭାବରେ ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ସାଧାରଣ ନିର୍ବାଚନ ହେତୁ ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ଜୁନ୍ ମାସରେ ଶେଷ ହେବ। ନଡ୍ଡା ଅଖିଲ ଭାରତୀୟ ବିଦ୍ୟା ପରିଷଦ ଯଥା ABVPରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ ୧୯୯୧ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM)ର ସଭାପତି ହୋଇଥିଲେ।

ସେ ୨୦୧୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ଯେତେବେଳେ ଅମିତ ଶାହା ୨୦୧୪ରେ ଦଳର ସଭାପତି ହୋଇଥିଲେ, ତାଙ୍କୁ ବିଜେପି ସଂସଦୀୟ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା। ରାଜ୍ୟସଭାରେ ଗୃହର ନେତା ଭାବରେ ମନୋନୀତ ହୋଇଥିବାରୁ ନଡ୍ଡାଙ୍କୁ କଂଗ୍ରେସ ଶୁଭେଚ୍ଛା ଜଣାଇଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ X ରେ ପୋଷ୍ଟ କରି ନଡ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.