କଟକ ୨୦।୧୧ : ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେପି ଦାସଙ୍କ ପରଲୋକ । ରବିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଜେପି ଦାସଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ଜେପି ଦାସଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।
ଖବର ଅନୁଯାୟୀ, ଜେପି ଦାସ ବାର୍ଦ୍ଧକ୍ୟ ଜନିତ କାରଣରୁ ଗଡ କିଛି ଦିନ ହେଵ ଚିକିତ୍ସିତ ହେଉଥିଲେ। ଜଣେ ସଫଳ ହୃଦ ରୋଗ ଵିଶେଷଞ୍ଜ ସହ ଜେପି ଦାସ ଜଣେ ଭଲ ଲେଖକ ଓ ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ୧୯୩୩ ମସିହା ଅଗଷ୍ଟ ୫ ତାରିଖରେ ଜେପି ଦାସ କଟକ ରାଣୀହାଟରେ ଜନ୍ମଗ୍ରହଣ କରିଥିଲେ। ପରେ ଏସ୍ସିଵି ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବା ସହ ଇଂଲଣ୍ଡରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ ଜେପି ଦାସ। ଉତ୍କଳ ସମ୍ମିଳନୀ ସହ ମଧ୍ୟ ଜଡିତ ଥିଲେ ଡାକ୍ତର ଜେପି ଦାସ।
wp:embed {"url":"https://www.prameyanews7.com/odisha-assembly-winter-session-start-form-tommorrow/","type":"wp-embed","providerNameSlug":"prameya-news-7"}