ମେ ଫେୟାରରେ ଟିମ୍ ଇଣ୍ଡିଆର ଫୁଡ୍ ମେନ୍ୟୁରେ ରହିଛି ବାଜରାଠୁ ନେଇ ଚକୁଳି ପିଠା, ଜାଣନ୍ତୁ ଦ. ଆଫ୍ରିକା ଖେଳାଳିଙ୍କ ଚାହିଦା

Published By : Prameya-News7 Bureau | June 12, 2022 IST

ଭୁୁବନେଶ୍ୱର: ଆଉ କିଛି ସମୟ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ୨୧୧ ରନ କରିବା ପରେ ମଧ୍ୟ ଦଳ ସାତ ୱିକେଟରେ ପରାଜିତ ହୋଇଛି । ତେଣୁ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦ୍ୱିତୀୟ ମୁକାବିଲା ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିବାକୁ ଚାହିଁବ ।

ଦୁଇ ଦେଶର ଖେଳାଳି ଭୁବନେଶ୍ୱରର ପ୍ରସିଦ୍ଧ ମେ ଫେୟାର ହୋଟେଲରେ ରହିଛନ୍ତି । ହୋଟେଲ୍ କର୍ତ୍ତୃପକ୍ଷ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରିଛନ୍ତି । ଖାଦ୍ୟ ମେନ୍ୟୁରେ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ବିଶିଷ୍ଟ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହା ଖେଳଳିଙ୍କୁ ପଡିଆରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତି ଯୋଗାଇ ଥାଏ । ଭାରତୀୟ ଖେଳାଳିଙ୍କୁ ଅଧିକାଂଶ ସାକାହାରୀ ଭୋଜନ ଦିଆଯାଉଛି । ଅନ୍ୟ ପଟେ ଦକ୍ଷିଣ ଆଫ୍ରିକାର ଖାଦ୍ୟ ମେନ୍ୟୁରେ ବିଲଟୋଙ୍ଗ, ବୋଏରଭୋର୍ସ, ବୋବୋଟି, ପୋଟଜିକୋସ, ଗ୍ରୀଲ୍ଡ ଆଣ୍ଡ ରୋଷ୍ଟେଡ ପରି ମାଂସାହାରୀ ଭୋଜନର ବନ୍ଦୋବସ୍ତ କରାଯାଇଛି ।

ସୁପ ଏବଂ ସାଲାଡ ବି ସାମିଲ୍‌
ହୋଟେଲ୍ ମେ ଫେୟଙ୍କର କର୍ମଚାରୀଙ୍କ ଅନୁ୍‌ଯାୟୀ, ଏହା ଏକ ପଞ୍ଚତାରକା ହୋଟେଲ୍ ହୋଇଥିବାରୁ ଆମ ପାଖରେ ଭୋଜନରେ ବହୁତ ବିକଳ୍ପ ରହିଛି । ଖେଳାଳିଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆମେ ସୁପ୍‌, ସାଲାଡ, ଜାପାନୀ ଏବଂ ଭାରତୀୟ ଭୋଜନକୁ ସାମିଲ୍ କରାଯାଇଛି । ଏହି ସବୁ ବ୍ୟତୀତ ସ୍ଥାନୀୟ ବ୍ୟଞ୍ଜନରେ ଚକୁଳି, ମଣ୍ଡା ପିଠା, ଆରିସା ପିଠା ସାମିଲ୍ କରାଯାଇଛି ।

କର୍ମଚାରୀ କହିଛନ୍ତି, ଏହା ବାଦ୍ ଖେଳାଳିଙ୍କୁ ବାଦାମ ଏବଂ ସୋୟା କ୍ଷୀର, ତାଜା ଜୁସ, ଫଳ ପରସା ଯାଉଛି । ଗ୍ରେନୋଲା ବାର, ଗ୍ଲୁଟେନ ସ୍ନାକ୍ସ ମଧ୍ୟ ଚାର୍ଟରେ ସାମିଲ୍ କରାଯାଇଛି । ବାଜରା, ଜୋ ପରି ଖାଦ୍ୟ ମଧ୍ୟ ଖେଳାଳିଙ୍କ ପାଇଁ ଉପଲବ୍ଧ ରହିଛି । ମିଠାରେ ଛେନା ପଡୋ ଏବଂ ରସଗୁଲା ପରସା ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.