ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ସାରଥୀ ପରି ନିଜକୁ ଭଗବାନଙ୍କ ଦୂତ କହୁଥିଲେ ଆତ୍ମଘୋଷିତ ବାବା ବିଜୟାନନ୍ଦ, ଜେଲ୍ ଯିବା ପରେ ଖୋଲୁଛି ବାବାଙ୍କ କଳା ସାମ୍ରାଜ୍ୟର ଗୁମର

27/08/2021 at 12:31 PM

ଭୁବନେଶ୍ବର ୨୭।୮: ମୁଣ୍ଡରେ ଝଟକୁଛି ରୂପା ମୁକୁଟ । ମଥାରେ ସିନ୍ଦୁର ଟିକା । ଗଳାରେ ଲମ୍ବିଛି ଫୁଲହାର । ଏମିତି ବେଶରେ ସିଂହାସନରେ ବିରାଜମାନ ବାବା ଶ୍ରୀ ସ୍ବାମୀ ବିଜୟାନନ୍ଦ ମହାରାଜ । ଆତ୍ମଘୋଷିତ ବାବା । ବିଜୟାନନ୍ଦ ଚୌଧୁରୀରୁ ସେ ସ୍ବାମୀ ବିଜୟାନନ୍ଦ । ବାବାଙ୍କ ଫଟୋ ଭାଇରାଲ୍, ତାଙ୍କ କାରନାମା ବି ଭାଇରାଲ୍ । ସେ ମିଷ୍ଟର ୪୨୦ । 

ସାରଥୀ ପରି ନିଜକୁ ଭଗବାନଙ୍କ ଦୂତ ବୋଲି କହୁଥିଲେ ଶ୍ରୀ ସ୍ବାମୀ ବିଜୟାନନ୍ଦ ମହାରାଜ । କିନ୍ତୁ ପୋଲିସ ଖୋଲିଦେଇଛି ତାଙ୍କ ଗୁମର । ଖୋଲିଯାଇଛି ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କ ଠକେଇର ଫର୍ଦ୍ଦ । OTDC ନାଁରେ ଫେକ୍‌ ଓ୍ବାର୍କ ଅର୍ଡର ଦେଇ ଜଣେ ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କା ଚୁନା ଲଗାଇଥିଲେ । ତାଙ୍କୁ ଗିରଫ କରିଛି ପୋଲିସ । ଏହାପରେ ବାବାଙ୍କ ନାଁରେ ଆଉ ୭୫ଲକ୍ଷର ଠକେଇ ଅଭିଯୋଗ । ଶହ ଶହ କୋଟି ଟଙ୍କାର ଟେଣ୍ଡର ଥୋପ ଦେଖାଇ ଠକିଥିଲେ ଭଣ୍ଡ ବାବା । ଏବେ ଗିରଫ ବାବାଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରି ତାଙ୍କ ନେଟଓ୍ବାର୍କ ଖୋଜୁଛି ଇଓଡବ୍ଲୁ ।

ବାବାଙ୍କ ଯାତ୍ରା ଆହୁରି ଚମତ୍କାର । ଛୋଟ ବ୍ୟବସାୟୀରୁ ଗ୍ରହ ଶାନ୍ତି ପୂଜକ । ତାପରେ ଆଶ୍ରମରେ ଚେଲା ଚାମୁଣ୍ଡାଙ୍କ ସହ ବାବା ପାଲଟିଗଲେ ବିଜୟାନନ୍ଦ । ବାବାଙ୍କର କଟକ ସିଡିଏରେ ମୁଖ୍ୟ ଆଶ୍ରମ । ଚୌଦ୍ବାର-ଢେଙ୍କାନାଳ ରାସ୍ତାରେ ମଠ ଖୋଲି ଆସ୍ଥାନ ଜମାଇଥିଲେ ବାବା । ତାଙ୍କ ଟାର୍ଗେଟ୍ ରେ ଥିଲାବାଲା ବଡ ବଡିଆ । ରିଷ୍ଟ ଖଣ୍ଡନର ପୂଜାପାଠ, ହୋମଯଜ୍ଞ ସହ ଅଲୌକିକ ଶକ୍ତିର କାରମାନା ଦେଖାଇ ଠିକାଦାର, ବଡ ବଡ ବ୍ୟବସାୟୀ, ଶିଳ୍ପପତି ଓ ରାଜନେତାଙ୍କୁ ଚୁନା ଲଗାଉଥିଲେ ବାବା ବିଜୟାନନ୍ଦ । ସନ୍ତାନପ୍ରାପ୍ତିର ଗ୍ରହ ଶାନ୍ତି ପୂଜା କରି ଲୁଟୁଥିଲେ ଟଙ୍କା । ଧର୍ମରକ୍ଷାର ଦ୍ବାହି ଦେଇ ମନ୍ଦିର ନିର୍ମାଣ ପାଇଁ ଥିଲାବାଲା ଲୋକଙ୍କଠାରୁ ନେଉଥିଲେ ଲକ୍ଷାଧିକ ଟଙ୍କା ଚାନ୍ଦା । ବନ୍ଧା ହୋଇ ଜେଲ୍‌ ଯିବା ଭଣ୍ଡ ବାବାଙ୍କ ଭଣ୍ଡାମିର ପୃଷ୍ଠା ପରେ ପୃଷ୍ଠା ଖୋଲୁଛି ।

ବାବାଙ୍କ ନେଟଓ୍ବାର୍କ ବେଶ୍ ଲମ୍ବା ବୋଲି ପୁରା ନିଶ୍ଚିତ ତଦନ୍ତକାରୀ ଟିମ୍ । OTDCର ଠିକା ଇଂଜିନିୟର ଚନ୍ଦନ ଆକାଶ ମହାନ୍ତି ଗିରଫ ପରେ ଏବେ ବାବାଙ୍କ ଆଉ ଦୁଇ ସହଯୋଗୀଙ୍କୁ ଖୋଜା ଚାଲିଛି । ବାବାଙ୍କ ରାକେଟ୍ ରେ ବହୁ ପ୍ରଭାବଶାଳୀ ଥିବା ସନ୍ଦେହ ବି ବଢିଛି । ଆତ୍ମଘୋଷିତ ଗଡ୍‌ଙ୍କର ଗଡ୍‌ଫାଦର କିଏ ? ସେହି ଠିକଣାରେ ପହଞ୍ଚିପାରିବ ତ ପୋଲିସ ? ବିଜୟାନନ୍ଦ ନୁହନ୍ତି ତ ଆଉ ଜଣେ ସାରଥୀ ? କେବେ ଏହି ଭଣ୍ଡ ବାବାଙ୍କ କବଳରୁ ସମାଜମୁକ୍ତ ହେବ ? ଏହି ପ୍ରଶ୍ନର ଉତ୍ତର କାଠିକର, କିନ୍ତୁ ଭଣ୍ଡଙ୍କୁ ଦଣ୍ଡ ଦିଆଯିବା ନିହାତି ଜରୁରୀ ।

   Related Posts