ସଂସଦକୁ ସ୍ଲିଭ୍‌ଲେସ୍ ଟପ୍ ପିନ୍ଧି ଆସିଥିଲେ ମହିଳା ସାମ୍ବାଦିକା ; ଜାଣନ୍ତୁ ତାପରେ କଣ ହେଲା

Published By : Prameya-News7 Bureau | December 07, 2018 IST

କେନବରା ୦୭|୧୨: ଅଷ୍ଟ୍ରେଲିଆରେ ମହିଳାମାନେ ସ୍ଲିଭ୍‌ଲେସ ଟପ୍‌ (ଟି-ସାର୍ଟ) ପିନ୍ଧି ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । କିନ୍ତୁ ଏଭଳି ପୋଷାକ ପିନ୍ଧିଥିବା ଜଣେ ମହିଳା ସାମ୍ବାଦିକ ପାଟ୍ରିସିୟା କାର୍ବେଲାସଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ପାଟ୍ରିସିୟା ଛୋଟ ହାତ ଥିବାଏକ ଟପ୍‌ ପିନ୍ଧି ଅଷ୍ଟ୍ରେଲିଆ ସଂସଦରେ ଖବର ସଂଗ୍ରହ କରିବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ତାଙ୍କର ପୋଷାକ ଖୁବ୍‌ ଛୋଟ ବୋଲି କହି ସଂସଦରୁ ବାହାର କରିଦିଆଯାଇଥିଲା । ପାଟ୍ରିସିୟାଙ୍କ ଅଙ୍ଗର ଅନେକ ଅଂଶ ଦେଖାଯାଉଥିଲା।
ଏ ସଂପର୍କରେ ପାଟ୍ରିସିୟା ଟ୍ଵିଟରରେ ଲେଖିଛନ୍ତି ଯେ ତାଙ୍କୁ ଏଥିପାଇଁ ସଂସଦରୁ ବାହାର କରି ଦିଆଗଲା ଯେ ତାଙ୍କର ହାତର ଅନେକ ଅଂଶ ଖୋଲା ଦେଖାଯାଉଥିଲା । ଏହା ନିର୍ବୋଧତା ଅଟେ । ଆଟେଣ୍ଡାଣ୍ଟ କହିବା ପରେ ସେ ବାହାରକୁ ଚାଲିଯିବା ଉଚିତ ମନେକରିଲେ ବୋଲି ସେ କହିଛନ୍ତି । ତାଙ୍କୁ ଲାଗୁଛି ଯେ ଏଭଳି ନିୟମ ଆଜିର ଦୁନିଆ ହିସାବରେ ଠିକ୍‌ ନୁହେଁ।

ପୂର୍ବରୁ ପୁରୁଷ ସାମ୍ବାଦିକଙ୍କୁ ସୁଟ୍ ପିନ୍ଧି ନଆସିବାରୁ ସାମ୍ବାଦିକ ଗ୍ୟାଲେରୀକୁ ପ୍ରବେଶ କରିବାରୁ ରୋକାଯାଇଥିଲା । ମାତ୍ର ପାଟ୍ରିସିୟାଙ୍କ ମାମଲା ନଜରକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ସପକ୍ଷରେ ବାହାରିଛନ୍ତି । ଜଣେ ଟ୍ବିଟର ୟୁଜର ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଜୁଲି ବିଶପଙ୍କ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ ଗତ ମାସରେ ମନ୍ତ୍ରୀ ମଧ୍ୟ ସ୍ଲିଭ୍‌ଲେସ ଡ୍ରେସ୍ ପିନ୍ଧି ସଂସଦ ଆସିଥିଲେ । ତାଙ୍କୁ କଣ ପାଇଁ ସଂସଦରୁ ବାହାର କରାଯାଇନଥିଲା । ଏହିଭଳି ଟ୍ବିଟରରେ ଅନେକ କଥା ଅନେକ ୟୁଜର ପୋଷ୍ଟ କରିବାକୁ ଲାଗିଲେ । ଟ୍ବିଟରରେ ମାମଲା ଏଭଳି ଆଗକୁ ବଢିବା ପରେ ଅଷ୍ଟ୍ରେଲୀୟ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ପଡିଛି।  ସ୍ପିକର ମଧ୍ୟ ଏହି ମାମଲାର ତଦନ୍ତ କରିବା ଲାଗି କହିଛନ୍ତି । ସରକାର କ୍ଷମା ପ୍ରାର୍ଥନା କରିବା ପରେ ପାଟ୍ରିସିୟା ଖୁସୀ ବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.