ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

NDTVରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ, ଅନେକ ପୁରସ୍କାରରେ ହୋଇଛନ୍ତି ସମ୍ମାନିତ

28/01/2023 at 8:48 PM

ନୂଆଦିଲ୍ଲୀ: ଏନଡିଟିଭିରୁ ଇସ୍ତଫା ଘୋଷଣା କଲେ ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ। ସେ ୧୯୯୫ରୁ ଏହି ପ୍ରତିଷ୍ଠିତ ଚ୍ୟାନେଲ୍ ସହ ଜଡିତ ଥିଲେ। ଦୀର୍ଘ ଅଢେଇ ଦଶନ୍ଧିରୁ ଅଧିକ ସମୟ ପରେ ସେ ଏନଡିଟିଭିରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ଶନିବାର ଲେଖିଛନ୍ତି, ପାଖାପାଖି ତିନି ଦଶନ୍ଧି ଧରି ଏନଡିଟିଭି ସହ ରହିଥିବା ସଂପର୍କରେ ଆଜି ପୂର୍ଣ୍ଣଛେଦ ପଡୁଛି। ଏହି ବଡ ନିଷ୍ପତ୍ତି ନେବା ମୋ ପକ୍ଷେ ସହଜ ନଥିଲା। ଉଲ୍ଲେଖନୀୟ ଅନୁସନ୍ଧାନମୂଳକ ରିପୋର୍ଟ ପାଇଁ ଜୈନ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ରିୟଲିଟି  ଚେକ୍ ଏବଂ ଟ୍ରୁଥ ଭର୍ସେସ ହାଇପ୍‌ର କାର୍ଯ୍ୟକ୍ରମର ଉପସ୍ଥାପକ ଥିଲେ।

ବରିଷ୍ଠ ସାମ୍ବାଦିକ ରବିଶ କୁମାର ଏବଂ ଗ୍ରୁପ ସଭାପତି ସୁପର୍ଣ୍ଣ ସିଂଙ୍କ ଇସ୍ତଫାପରେ ଜୈନ ମଧ୍ୟ ଏନଡିଟିଭିରୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ ଏନଡିଟିଭିକୁ କିଣିବା ପରେ ଉକ୍ତ ନ୍ୟୁଜ୍ ଚ୍ୟାନେଲର ଅନେକ କର୍ମଚାରୀ ଇସ୍ତଫା ଦେଇ ସାରିଲେଣି। ଏପରିକି ଏନଡିଟିଭିର ସଂସ୍ଥାପକ ପ୍ରଣୟ ରୟ ଏବଂ ରାଧିକା ରୟ ମଧ୍ୟ ଡିସେମ୍ବରରେ କମ୍ପାନିରୁ ଇସ୍ତଫା ଦେଇଛନ୍ତି।

   Related Posts