ଉହାନ ସହରରୁ କରୋନା ରିପୋର୍ଟ ସଂଗ୍ରହ କରି ଜେଲ୍‌ ଯାଇଥିଲେ ଝାନ୍‌, ଏବେ ମୃତ୍ୟୁ ସହ କରୁଛନ୍ତି ସଙ୍ଘର୍ଷ

Published By : Prameya-News7 Bureau | November 05, 2021 IST

ବେଜିଂ ୦୫/୧୧: ଚୀନର ଉହାନ ସହରରୁ କରୋନା ଭୂତାଣୁ ସୃଷ୍ଟି ହୋଇଥିବା ନେଇ ଏବେ ବି ବିଶ୍ବରେ ଚର୍ଚ୍ଚା ଆଲୋଚନା ଚାଲିଛି। କୋଭିଡ-୧୯ ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ଉହାନ ବୋଲି ଅନେକ ପ୍ରମୁଖ ଦେଶ ଦାବି କରୁଆସୁଥିବା ବେଳେ ପ୍ରଥମେ କରୋନାକୁ ନେଇ ରିପୋର୍ଟ କରିଥିବା ରିପୋର୍ଟରଙ୍କ ଜୀବନ ଏବେ ସଙ୍କଟରେ ପଡ଼ିଛି। ଉହାନ ସହରରେ କରୋନା ମହାମାରୀ ଆରମ୍ଭ ହେଉ ହେଉ ଏହା ପଛର ଅକୁହା ସତ୍ୟ ଉନ୍ମୋଚନ କରି ଚୀନ ସମ୍ବାଦଦାତା ଝାଙ୍ଗ ଝାନ ଏବେ ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ।

ଚୀନର ସତ ପଦାକୁ ଆସିଯିବା ଭୟରେ ତାଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ ଦିଆଯାଇଥିଲା। ଗତବର୍ଷ ଫେବୁଆରୀ ମାସରେ ଝାନ ରିପୋର୍ଟ ସଂଗ୍ରହ କରିବା ସହ ସେଠାକାର ଅଧିକାରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିପକାଇଥିଲେ। ତାପରେ ଉହାନ ପ୍ରଶାସନ ପକ୍ଷରୁ ତାଙ୍କ ଉପରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗ ଆଣି ତାଙ୍କୁ ଜେଲ୍‌ ପଠାଇଦେଇଥିଲା । ଜେଲ୍‌ ଯିବା ପରେ ମଧ୍ୟ ଝାନ ସରକାରଙ୍କ ବିରୋଧରେ ସ୍ବର ଉଠାଇ ଚାଲିଛନ୍ତି। ଏପରିକି ଏବେ ସେ ଆମରଣ ଅନସନରେ ଅଛନ୍ତି।

ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନଳ ସାହାଯ୍ୟରେ ତାଙ୍କ ନାକରେ ଖାଦ୍ୟ ଦେବାକୁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି। ଝାନଙ୍କ ଶରୀରର ଓଜନ ହ୍ରାସ ପାଇଥିବା ବେଳେ ସେ ଏବେ ମୁଣ୍ଡ ଉଠାଇ ଚାଲି ମଧ୍ୟ ପାରୁନାହାନ୍ତି। ଏନେଇ ତାଙ୍କ ଭାଇ ଜୁ ଝାଙ୍ଗ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

wp:html /wp:html

ସେ ଲେଖିଛନ୍ତି ଯେ ଝାନ ୧୭୭ ସେମି ଲମ୍ବ ହୋଇଥିବା ବେଳେ ଏବେ ତାଙ୍କର ଓଜନ ମାତ୍ର ୪୦ କେ.ଜି । ଏପରିକି ଶୀତ ଦିନରେ ସେ ଆଉ ବିଞ୍ଚିବେକି ନାହିଁ ସନ୍ଦେହ।  ସେ କଣ ଥିଲେ ବିଶ୍ବ ଜାଣିଛି। ଏହା ପରେ ପରେ ଝାନଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜୁଙ୍କ ଟ୍ବିଟ୍‌ ପରେ ମାନବଧିକାର ସଂସ୍ଥା ଏମନେଷ୍ଟି ଇଣ୍ଟରନ୍ୟାସନାଲ ଝାନଙ୍କ ମୁକ୍ତି ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.