ସମର୍ଥକଙ୍କ ସହ ମିଶି ସାମ୍ୱାଦିକଙ୍କୁ ଆକ୍ରମଣ କଲେ ସରପଞ୍ଚ

Published By : Prameya-News7 Bureau | January 03, 2023 IST

ଘଟଗାଁ ୦୩/୦୧: ଗାଁରେ ଯାତ୍ରା ଚାନ୍ଦା ନଦେବାରୁ ମଳିଲାନି ରାସନ ଚାଉଳ। ଏହି ଖବର ପ୍ରସାରଣ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସରପଞ୍ଚଙ୍କ ଆକ୍ରୋଶର ଶୀକାର ହେବାକୁ ପଡ଼ିଛି। ଫଳରେ ସାମ୍ୱାଦିକଙ୍କ ଘରେ ଘରେ ଧସେଇ ପଶି ସରପଞ୍ଚଙ୍କ ସମର୍ଥକ ଆକ୍ରମଣ କରିଛନ୍ତି। ଏନେଇ ଗଣମାଧ୍ୟମ ପ୍ରତିନିଧି ନିରଞ୍ଜନ ମହାନ୍ତ ପଣ୍ଡାପଡା ଥାନାରେ ଅଭିଯୋଗ କରିଛନ୍ତି।

{"id":728669,"width":788,"height":433,"sizeSlug":"full","linkDestination":"none"}

ଖବର ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ପଞ୍ଚାୟତର କମାରଗୋଡା ଗାଁରେ ଅପେରା ଚାନ୍ଦା ନଦେବାରୁ ୩୦ରୁ ଅଧିକ ହିତାଧିକାରୀଙ୍କୁ ଚାଉଳ ଦିଆ ଯାଇନଥିଲା। ଫଳରେ ହିତାଧିକାରୀମାନେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପଣ୍ଡାପଡା ସରପଞ୍ଚ ତାଙ୍କ ସମର୍ଥକଙ୍କ ସହିତ ମିଶି ସାମ୍ୱାଦିକ ରଞ୍ଜନ ମହାନ୍ତଙ୍କ ଘରକୁ ଘେରଉ କରିଥିଲେ। ଏହାସହ ଗାଳି ଗୁଲଜ କରି କବାଟ ବାଡେଇ ଆତଙ୍କ ସୃଷ୍ଟି କରିଥିଲେ। ଏନେଇ ଗଣମାଧ୍ୟମ ପ୍ରତିନିଧି ନିରଞ୍ଜନ ମହାନ୍ତ ଓ ବିଦ୍ୟୁତଲତା ମହାନ୍ତ ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.