ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ୍ ଲୁଟିନେଲେ ଦୁଇ ଦୁର୍ବୃତ୍ତ

Published By : Prameya-News7 Bureau | October 01, 2021 IST

ଭୁବନେଶ୍ବର ୧।୧୦: ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ୍ । ଆହତ ସାମ୍ବାଦିକ ଦେଲେ ସତ୍ୟସୁନ୍ଦର ଭଞ୍ଜ । ତାଙ୍କୁ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ୟୁନିଟ୍ ୮ ଅଞ୍ଚଳର ଡେଲଟା ଛକରେ ମର୍ଣ୍ଣିଂ ୱାକ୍ କରୁଥିଲେ । ସେହି ସମୟରେ ୨ ଜଣ ଲୁଟେରା ତାଙ୍କ ନିକଟକୁ ଆସିଥିଲେ । ସତ୍ୟସୁନ୍ଦରଙ୍କୁ ଲୁଟେରା ଦୁଇ ଜଣ ଆକ୍ରମଣ କରିଥିଲେ । ସାମ୍ବାଦିକଙ୍କ ମୋବାଇଲ ଛଡାଇବାକୁ ଉଦ୍ୟମ କରିଥିଲେ । ଫଳରେ ସାମ୍ବାଦିକ ଜଣଙ୍କ ବିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଲୁହା ରଡ୍ ରେ ପିଟି ଦେଇଥିଲେ । ତେବେ ଲୁଟେରା ଦୁଇ ଜଣ ସାମ୍ବାଦିକଙ୍କ ମୋବାଇଲ୍ ଲୁଟ୍ କରି ନେଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.