ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଅଫିସରୁ ଘରକୁ ଫେରୁଥିବାବେଳେ ସଂଘବଦ୍ଧ ଆଟାକ୍

Published By : Prameya-News7 Bureau | April 19, 2024 IST

ଭୁବନେଶ୍ୱର ୧୯/୦୪: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଧରିତ୍ରୀ ଖବରଦାତା ସରୋଜ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତ ମାନେ ସ୍କୁଟି ଧକ୍କା ଦେଲେ ଆଉ ବିରୋଧ କରିବାରୁ ସାମ୍ବାଦିକଙ୍କୁ ଇଟାରେ ଛେଚିଲେ । ଅଫିସରୁ କାମ ସାରି ବଡ଼ଗଡ଼ ସ୍ଥିତ ଘରକୁ ଫେରୁଥିବା ବେଳେ ଘଟିଛି ଅଘଟଣ । 

ଏସବିଆଇ ଏଟିଏମ ନିକଟରେ ୩ ଦୁର୍ବୃତ୍ତ କଲେ ଆକ୍ରମଣ। କ୍ୟାପିଟାଲ ହସ୍ପିଟାଲରେ ହେଉଚନ୍ତି ଚିକିତ୍ସିତ । ସୂଚନାଥାଉକି, ବଡ଼ଗଡ଼ ଅଞ୍ଚଳରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଥରରେ ଛେଚି ରକ୍ତାକ୍ତ କରିଛନ୍ତି ଅସାମାଜିକ । ଆକ୍ରମଣର ଶିକାର ହେଇଛନ୍ତି ସରୋଜ ଜେନା । ସେ ରାତି ପ୍ରାୟ  ସାଢେ ୧୨ଟା ବେଳେ ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ  କାର୍ଯ୍ୟାଳୟରୁ କାମ ସାରି ଘରକୁ ଫେରୁଥିଲେ ।  

ବଡ଼ଗଡ଼ ଏସ୍‌ବିଆଇ ଏଟିଏମ ନିକଟରେ ସେ  ଚାଲିକରି ରୁମ୍‌କୁ ଯାଉଥିବା ବେଳେ ୩ ଜଣ  ଦୁର୍ବୃତ୍ତ ସ୍କୁଟି (ଓଡି୦୨ଟି ୨୫୦୯)ରେ ଆସି ତାଙ୍କୁ ଧକ୍କା ଦେଲେ । ସରୋଜ ଏହାକୁ ବିରୋଧ  କରିଥିଲେ । ୩ଜଣ ଦୁର୍ବୃତ୍ତ ସ୍କୁଟି ଅଟକାଇ ତାଙ୍କ  ଉପରେ ସଂଘବଦ୍ଧ ଆକ୍ରମଣ କରିବାକୁ ଲାଗିଲେ ।  ରୋଜ ଭୟରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ୩ଜଣ ତାଙ୍କୁ ପିଛା କରି  ଅଟକାଇଲେ । 

ଅଶ୍ରାବ୍ୟ ଭାଷାରେ ଗାଳି କରିବା  ସହ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଜୀବନରୁ  ମାରିଦେବାକୁ ଚେଷ୍ଟା କରିଥିଲେ । ସରୋଜ ଅଚେତ ହୋଇଯିବା ଦେଖି ସେମାନେ ଘଟଣାସ୍ଥଳରୁ ଖସି  ପଳାଇଥିଲେ । ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା  ଏକ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ଅଟକି  ତାଙ୍କୁ ଉଦ୍ଧାର କରିଥିଲା । କ୍ୟାପିଟାଲ ହସ୍ପିଟାଲରେ  ସରୋଜଙ୍କ ଚିକିତ୍ସା ଚାଲିଛି । ବଡ଼ଗଡ଼ ଥାନା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.