ବାନ୍ଦ୍ରା ଶ୍ରମିକ ଧାରଣା: ମିଛ ସୂଚନା ଦେଇ ଗିରଫ ହୋଇଥିବା ସାମ୍ବାଦିକଙ୍କୁ ଜାମିନ

Published By : Prameya-News7 Bureau | April 16, 2020 IST

ମୁମ୍ବାଇ, ୧୬|୦୪:  ମୁମ୍ବାଇ କୋର୍ଟ ଗୁରୁବାର ବାନ୍ଦ୍ରାରେ ଶ୍ରମିକଙ୍କ ଗହଳିକୁ ନେଇ ମିଥ୍ୟା ସୂଚନା ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ଟେଲିଭିଜନ ସାମ୍ବାଦିକ ଜଣଙ୍କୁ ମିଥ୍ୟା ଖବର ପ୍ରସାରଣ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ସରକାର ଶ୍ରମିକଙ୍କ ଜନ ସାଧାରଣ ଟ୍ରେନ ସର୍ଭିସ୍ ଆରମ୍ଭ କରିଥିବା ସସେ କହିଥିଲେ । ଫଳରେ ବାନ୍ଦ୍ରାରେ ହଜାର ହଜାର ଶ୍ରମିକ ଏକାଠି ହୋଇଥିଲେ ।

ରାହୁଲ କୁଲକର୍ଣ୍ଣୀନାମକ ଏହି ସାମ୍ବାଦିକ ଏକ ମରାଠି ଚ୍ୟାନେଲରେ କାମ କରନ୍ତି । ତାଙ୍କୁ ମୁମ୍ବାଇ ପୋଲିସ ବୁଧବାର ଗିରଫ କରିଥିଲା ।  ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକ ଏକାଠି ହେବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । ରାହୁଲଙ୍କୁ ବାନ୍ଦ୍ରା ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥିତ କରିବା ପରେ ପୋଲି ରିମାଣ୍ଡରେ ନେବାକୁ କହିଥିଲା । କିନ୍ତୁ ପୋଲିସର ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ । ତାଙ୍କ ଓକିଲ ସୁବୋଧ ଦେଶାଇ କୋର୍ଟରେ ଜାମିନ ଆବେଦନ କରିଥିଲେ । ଉଭୟ ପକ୍ଷର ବିତର୍କ ଶୁଣି ତାଙ୍କୁ ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.