ବିରାଟ କୋହଲିଙ୍କ ଉପରେ ମମତା ଦେଖାଇଲେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ମାଆ, ଭିଡିଓ ଭାଇରାଲ୍…
22/07/2023 at 3:30 PM

ନୂଆଦିଲ୍ଲୀ ୨୨/୦୭: ପୋର୍ଟ ଅପ୍ ସ୍ପେନ୍ରେ ଖେଳାଯାଉଛି ଦ୍ୱିତୀୟ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଭାରତ ତାର ପ୍ରଥମ ଇଂନିସରେ ୪୩୮ ରନ୍ କରି ଆଉଟ୍ ହୋଇଯାଇଛି । ପରେ ୱେଷ୍ଟଇଣ୍ଡିଜ୍ ଗୋଟିଏ ଓ୍ୱିକେଟ ହରାଇ ୮୬ ରନ୍ ସ୍କୋର କରିଛି । ଦ୍ୱିତୀୟ ଦିନରେ ଖେଳ ଶେଷ ହେବା ପରେ ଖେଳାଳିମାନେ ବସ୍ ଯୋଗେ ନିଜ ହୋଟେଲକୁ ଫେରୁଥିବାବେଳେ କ୍ୟାମେରାରେ କଏଦ ହୋଇଥିଲା ଏକ ଭାବପ୍ରବଣ ମୁହୂର୍ତ୍ତ ।
ଦେଖିବାକୁ ମିଳିଥିଲା ଇଣ୍ଡିଜ୍ ୱିକେଟ୍ କିପର ଜୋଶୂଆ ଡି ସିଲଭାଙ୍କ ମାଆ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଗେଲ କରୁଥିବା ନଜର ଆସିଥିଲେ । ସେ ବିରାଟଙ୍କ ପ୍ରତି ତାଙ୍କର ମମତା ଦେଉଉଥିବା ନଜର ଆସିଥିଲା । ଯୋଶୂଆଙ୍କ ବିରାଟଙ୍କୁ ଦେଖିବା ପରେ ଅଟକି ଯାଇଥିଲେ । ଖାଲି ଅଟକି ନଥିଲେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରି ସ୍ନେହରେ ଚୁମ୍ବନ ଦେଇଥିଲେ । ଏହାସହ ବିରାଟଙ୍କ ସହ ଅନେକ ସମୟ କଥାବାର୍ତ୍ତା ମଧ୍ୟ କରିଥିଲେ ।
The moment Joshua De Silva's mother meet Virat Kohli and she hugged and kissed Him ☺️🤍..
— Dinesh (@viratianjoy) July 22, 2023
One of the greatest moments ever in the history – This is so beautiful, precious!@imVkohli @mufaddal_vohra @ViratFanTeam @ImTanujSingh @BluntIndianGal @CricCrazyJohns #ViratKohli pic.twitter.com/da5trwLh4s
ଉଲ୍ଲେଖଥାଉ କି, ମ୍ୟାଚର ପ୍ରଥମ ଦିନରେ ବିରାଟ କୋହଲିଙ୍କ ସହ ୱିକେଟ୍ କିପର ଜୋଶୂଆ ଡା ସିଲଭାଙ୍କ ଭିଡିଓ ଚର୍ଚ୍ଚା ହୋଇଥିଲା । ପ୍ରକୃତରେ, ଜୋଶୁଆ ଡା ସିଲଭା ବିରାଟଙ୍କୁ କହିଥିଲେ ଯେ ତାଙ୍କ ମା କୁଇନ୍ସ ପାର୍କ ଓଭାଲ (ସ୍ପେନ ବନ୍ଦର) କୁ ଆସିବେ ଓ ତାଙ୍କୁ ଭେଟିବେ । ବିରାଟ ଏବଂ ଜୋଶୂଙ୍କ ମଧ୍ୟରେ କଥାବାର୍ତ୍ତା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଯାଇଥିଲା । ଏହା ଶୁଣି ବିରାଟ କୋହଲି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମ୍ୟାଚ୍ ସମୟରେ ଜୋଶୂଆ ଯାହା କହିଥିଲେ ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା । ଜୋଶୂଆଙ୍କ ମା ବିରାଟ କୋହଲିଙ୍କୁ ଭେଟିବାକୁ ଆସିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ମା ଯେପରି ବିରାଟଙ୍କୁ ଭେଟିଥିଲେ । ସେଥିରୁ ନଜର ଆସେ ବିରାଟ ଲୋକପ୍ରିୟତା କେତେ । ବିଦେଶରେ ବି କୋହଲିଙ୍କ ଲୋକପ୍ରିୟତା କାରିବିଆନ୍ ଦେଶମାନଙ୍କରେ ବି ଅଧିକା ।