ଟେଷ୍ଟ ସିରିଜ୍ ପୂର୍ବରୁ ହେଜେଲହୁଡଙ୍କ ବଡ଼ ବୟାନ, ରୋହିତ ଶର୍ମାଙ୍କୁ ବୋଲିଂ କରିବା ଖୁବ୍ କଷ୍ଟ

Published By : Prameya-News7 Bureau | September 26, 2024 IST

ମୁମ୍ବାଇ ୨୬।୦୯ : ରୋହିତ ଶର୍ମାଙ୍କୁ ବୋଲିଂ କରିବା କଷ୍ଟ । ତାଙ୍କ ପରି ବ୍ୟାଟର କୌଣସି ବି ସ୍ଥିତିରେ କୌଣସି ବି ବୋଲରଙ୍କ ଲୟ ବିଗାଡିବାରେ ମାହିର । ସେ ଯେବେ ଫର୍ମରେ ଥିବା, ସେତେବେଳେ ତାଙ୍କୁ ବୋଲିଂ କରିବା ମୁସ୍କିଲ୍‌ । ଏକଥା ଆମେ କହୁନାହିଁ ଆଜ୍ଞା... ଏକ ସାକ୍ଷାତକାର ଦେବା ଅବସରରେ ଏପରି କହିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ୍‌ ହେଜେଲ୍‌ହୁଡ୍‌। 

ଷ୍ଟାର ସୋର୍ଟସକୁ ଦେଖିଥିବା ଏକ ସାକ୍ଷାତକାରରେ ଜୋଶ୍‌ ହେଜେଲ୍‌ହୁଡ୍‌ କହିଛନ୍ତି ଯେ, ରୋହିତ ଶର୍ମାଙ୍କୁ ବୋଲିଂ କରିବା ବହୁତ କଷ୍ଟଦାୟକ । ଦ୍ରୁତ ବୋଲିଂ ବିରୋଧରେ ତାଙ୍କର ଟାଇମିଂ ଏବଂ ସର୍ଟ ସିଲେକ୍ସନ ଜବରଦସ୍ତ ରହିଛି । ଖାସ୍‌ କରି ଦ୍ରୁତ ବୋଲରଙ୍କୁ ସେ ଯେଉଁଭଳି ଭାବେ ପୁଲ୍‌ ସଟ୍‌ ମାରନ୍ତି । ଆଉ ବଲ୍‌କୁ ପରଫେଟ୍‌ ଟାଇମିଂ କରନ୍ତି । ଯାହା ଦ୍ରୁତ ବୋଲରଙ୍କୁ ଚିନ୍ତାରେ ପକାଇଥାଏ । କିଛି ବର୍ଷ ତଳେ ମୁଁ ଯେତେବେଳେ ଭାରତ ଗସ୍ତ ଆସିଥିଲେ। ସେତେବେଳେ ରୋହିତ ୬-୭ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିଲେ। ହେଲେ ଏବେ ସେ ଓପନିଂ କରୁଛନ୍ତି । ଆଉ ଖୁବ୍‌ ମାରାତ୍ମକ ସାଜିଯାଆନ୍ତି। ତାଙ୍କ ପାଖରେ ସଟ୍‌ ଖେଳିବାକୁ ଟିକିଏ ଅଧିକ ସମୟ ରହିଥାଏ । ସେଥିପାଇଁ ଦ୍ରୁତ ବୋଲରଙ୍କୁ ଅତି ସହଜରେ ଖେଳିଦିଅନ୍ତି ରୋହିତ ଶର୍ମା । 

ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ଅଷ୍ଟ୍ରେଲିଆ ବିରୋଧରେ ସମସ୍ତ ଫର୍ମାଟରେ ମୋଟ ୩୫୭୧ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୯ଟି ଶତକ ସାମିଲ ରହିଛି । ୩୭ ବର୍ଷୀୟ ଏହି ଖେଳାଳି ୧୨ଟି ଟେଷ୍ଟ ମ୍ୟାଚ୍‌ରେ ୭୦୮ ସଂଗ୍ରହ କରିଛନ୍ତି । ଏହାମଧ୍ୟରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ସାତୋଟି ଟେଷ୍ଟରେ ୪୦୮ ରନ୍‌ ସଂଗ୍ରହ କରିଛନ୍ତି ରୋହିତ ଶର୍ମା । 

ସେହିପରି ନଭେମ୍ବର ୨୨ରୁ ପର୍ଥରେ ଆରମ୍ଭ ହେବାକୁ ଯାଉଛି ଭାରତ-ଗାଭାସ୍କର ଟେଷ୍ଟ ସିରିଜ୍‌ । ଭାରତ ଏହି ସିରିଜ୍‌କୁ ୨୦୧୮-୧୯ରୁ ୨୦୨୦-୨୧ ଯାଏଁ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ଏବଂ ଭାରତରେ ଟିମ୍‌ ଇଣ୍ଡିଆ ନିଜର ଜଲଓ୍ୱା ଦେଖାଇଛି । ଏବେ ଦେଖାଯାଉ ଆଗାମୀ ସିରିଜ୍‌ରେ କିଏ ମାରୁଛି ବାଜି । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.