ସୀମିତ ଓଭରରେ ଇଂଲଣ୍ଡର ନୂଆ ଅଧିନାୟକ ଜୋସ ବଟଲର, ସନ୍ୟାସ ନେଇଥିବା ମୋର୍ଗାନଙ୍କ ନେବେ ସ୍ଥାନ
30/06/2022 at 9:13 PM

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଗୁରୁବାର ଜୋସ ବଟଲରଙ୍କୁ ଇଂଲଣ୍ଡ ସୀମିତ ଓଭର ଟିମର ନୂଆ ଅଧିନାୟକ ନିଯୁକ୍ତ କରିଛି। ଇଅନ ମୋର୍ଗାନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଜୋସ ବଟଲର ଏବେ ଇଂଲଣ୍ଡର ଦିନିକିଆ ଏବଂ ଟି-୨୦ ଟିମର ଅଧିନାୟକ ହେବ। ୩୧ ବର୍ଷିୟ ବଟଲର ୯ଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ରେ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି ।
Jos is our Boss 💪 pic.twitter.com/XPnOoHhVI5
— England Cricket (@englandcricket) June 30, 2022
ଇଂଲଣ୍ଡର ସୀମିତ ଓଭରର ସବୁଠୁ ସଫଳ ଅଧିନାୟକ ଇଅନ ମୋର୍ଗାନ ଚଳିତ ସପ୍ତାହ ଆରମ୍ଭରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ସନ୍ୟାସ ଘୋଷଣା କରିଥିଲେ। ବଟଲର ଗତ ଏକ ଶଦନ୍ଧିରୁ ଅଧିକ ସମୟ ଧରି ଇଂଲଣ୍ଡର ହ୍ୱାଇଟ୍ ବଲ ଟିମର ଅଭିନ୍ନ ଅଙ୍ଗ ଅଛନ୍ତି । ସେ ୨୦୧୧ରେ ନିଜର ଟି-୨୦ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ ଏହାର ଗୋଟିଏ ବର୍ଷ ପରେ ୫୦ ଓଭରରେ ଡେବ୍ୟୁ କରିଥିଲେ।
ଇଂଲଣ୍ଡର ଧୂଆଁଧାର ବ୍ୟାଟ୍ସମ୍ୟାନ ଜୋସ ବଟଲର ୨୦୧୫ରୁ ଟିମର ଉପଅଧିନାୟକ ଅଛନ୍ତି ଏବଂ ୧୪ଟି ମ୍ୟାଚରେ ନେତୃତ୍ୱ ନେଇସାରିଛନ୍ତି । ୱିକେଟ କିପର ବ୍ୟାଟର ଇଂଲଣ୍ଡ ପାଇଁ ୧୫୧ଟି ଦିନିକିଆ ଖେଳିସାରିଛନ୍ତି । ସେ ୪୧.୨୦ ହାରରେ ୪୧୨୦ ରନ କରିଥିଲେ। ଏଥିରେ ୧୦ଟି ଶତକ ସାମିଲ ରହିଛି। ସେହିପରି ଇଂଲଣ୍ଡ ପାଇଁ ୮୮ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି । ସେ ଟି-୨୦ରେ ୧୪୧.୨୦ ଷ୍ଟ୍ରାଇକ୍ ରେଟରେ ୨୧୪୦ ରନ କରିଛନ୍ତି।