ଟିମ୍ ଇଣ୍ଡିଆ ପାଇଁ ହୋଇଛି ଏକ ବଡ ସତର୍କ ଘଣ୍ଟି, ପୁରୁଣା କ୍ଷତକୁ କରିପାରେ ସତେଜ

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ ୨୪।୦୬: ଟି-୨୦ ବିଶ୍ୱକପ ୨୦୨୪ । ଦମ୍ଦାର୍ ଫର୍ମରେ ଅଛି ଟିମ୍ ଇଣ୍ଡିଆ । ସେମିଫାଇନାଲରେ ଏଣ୍ଟ୍ରିର ଖୁବ୍ ନିକଟତର ବ୍ଲୁ ଜର୍ସି । ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଟୁର୍ନାମେଣ୍ଟରେ କୌଣସି ବି ଟିମ୍ର ଖାସ୍ ଚ୍ୟାଲେଞ୍ଜ ମିଳିନି । କିନ୍ତୁ ସୁପର-୮ର ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । 

ଅଷ୍ଟ୍ରେଲିଆ ନିଶ୍ଚିତ ଭାବେ ଟିମ୍ ଇଣ୍ଡିଆକୁ ଭଲ ଟକ୍କର ଦେବ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ରୋହିତ ବାହିନୀକୁ ମିଳିଛି ଏକ ବଡ ଚେତାବନୀ । ଯାହା ପୁରୁଣା କ୍ଷତକୁ ସତେଜ କରିପାରିବ। ତେବେ ଏହି ଚେତାବନୀ ଅଷ୍ଟ୍ରେଲିଆରୁ ନୁହେଁ ବରଂ ଇଂଲଣ୍ଡରୁ ଆସିଛି । ଯିଏକି ବିସ୍ଫୋରକ ପ୍ରଦର୍ଶନ ଆଧାରରେ ପ୍ରଥମେ ସେମିଫାଇନାଲରେ କରିଛି ଏଣ୍ଟ୍ରି ।

ସୁପର-୮ର ଶେଷ ମ୍ୟାଚରେ ଇଂଲଣ୍ଡ ଆମେରିକାକୁ ୧୦ ୱିକେଟରେ ମାତ୍ ଦେଇଥିଲା । ଦଳର ଅଧିନାୟକ ଜସ୍ ବଟଲର ଏଥିରେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ବଟଲର ମାତ୍ର ୩୮ଟି ବଲରେ ଖେଳିଥିଲେ ୮୩ ରନ୍ର ଚମତ୍କାର ଇନିଂସ ।  ଯେଉଁଥିରେ ୬ଟି ଚୌକା ଓ ୮ଟି ଛକା ସାମିଲ ରହିଥିଲା । ବଟଲର ଗୋଟିଏ ଓଭରରେ ହରମିତ ସିଂଙ୍କ ବଲରେ ୫ ଛକା ମାରି ଗୋଟିଏ ଓଭରରୁ ସଂଗ୍ରହ କରିଥିଲେ ୩୨ ରନ୍ । 

ବଟଲରଙ୍କ ଏହି ଫର୍ମ ଟିମ୍ ଇଣ୍ଡିଆ ପାଇଁ ହୋଇଛି ଏକ ବଡ ସତର୍କ ଘଣ୍ଟି । କାରଣ ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ ଏବଂ ଇଂଲଣ୍ଡ ହୋଇପାରନ୍ତି ମୁହାଁମୁହିଁ । ବଟଲର ଟି-୨୦ ବିଶ୍ୱକପ ୨୦୨୨ ସେମିଫାଇନାଲ ପରି ଟିମ୍ ଇଣ୍ଡିଆକୁ କରିପାରନ୍ତି ଧ୍ୱଂସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.