ଗଙ୍ଗା ନଦୀରେ ବୁଡ ପକାଇଲେ ଆଫ୍ରିକାର ଏହି କ୍ରିକେଟର, କହିଲେ ମିଳିଲା ଆଧ୍ୟାତ୍ମିକ ଶାନ୍ତି
5/03/2020 at 7:14 PM

ହରିଦ୍ୱାର ୦୫|୦୩: ବିଶ୍ୱର ସବୁଠାରୁ ଭଲ ଫିଲ୍ଡର୍ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡସ୍ ଏବେ ନିଜ ପରିବାର ସହ ଭାରତରେ ଛୁଟି ମନାଉଛନ୍ତି। ସେ ତୀର୍ଥସ୍ଥାନ ଋଷିକେଶରେ ଗଙ୍ଗା ନଦୀରେ ବୁଡ ପକାଇଛନ୍ତି। ଏହାକୁ ନେଇ ଭାରତୀୟ ଦଳର ପୂର୍ବତନ ଖେଳାଳି ହରଭଜନ ସିଂ ଟ୍ୱିଟ୍ କରିଛନ୍ତି। ଜଣ୍ଟି ତାଙ୍କଠାରୁ ଭାରତକୁ ଭଲ ଭାବେ ଦେଖିଥିବା ହରଭଜନ କହିଛନ୍ତି।

୫୦ ବର୍ଷୀୟ ଜଣ୍ଟି ରୋଡସ୍ ଗଙ୍ଗା ନଦୀରେ ବୁଡ ପକାଉଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହାକୁ ନେଇ ସେ କ୍ୟାପସନରେ ଲେଖିଛନ୍ତି ଯେ, ପବିତ୍ର ଗଙ୍ଗାନଦୀର ଥଣ୍ଡା ପାଣିରେ ବୁଡ ପକାଇ ଭୌତିକ ଓ ଆଧ୍ୟାତ୍ମିକ ଲାଭ ମିଳୁଛି।
ହରଭଜନ ତାଙ୍କ ପୋଷ୍ଟର ଜବାବ ଦେଇ କହିଛନ୍ତି ଯେ, ଜଣ୍ଟି ତାଙ୍କଠାରୁ ଭାରତକୁ ଅଧିକ ଭଲଭାବେ ବୁଲିଛନ୍ତି। ଗଙ୍ଗାନଦୀର ବୁଡ ପକାଉଥିବା ଫଟୋ ଦେଖି ଭଲ ଲାଗିଲା। ଆସନ୍ତା ଥର ତାଙ୍କୁ ମଧ୍ୟ ସାଙ୍ଗରେ ନେବା ପାଇଁ ସେ କହିଛନ୍ତି।
ହରଭଜନ ଓ ଜଣ୍ଟି ମୁମ୍ବାଇ ଇଣ୍ଡିଆନସ୍ ପାଇଁ ଏକାସଙ୍ଗେ କାମ କରିଛନ୍ତି। ଜଣ୍ଟି ମୁମ୍ବାଇର କୋଚ ମଧ୍ୟ ରହିଥିଲେ।