ଭୁବନେଶ୍ବର୧୧/୨: ଯାତ୍ରା ଜଗତର ଆଗଧାଡ଼ିର ଜଣେ ନାୟକ ହେଉଛନ୍ତି ସୁରେଶ ପଣ୍ଡା। ଯାତ୍ରା ମଞ୍ଚରେ ତାଙ୍କର ନିଖୁଣ ଅଭିନୟକୁ ଦର୍ଶକ ବେଶ୍ ଉପଭୋଗ କରିଥାଆନ୍ତି। କଳିଙ୍ଗ ଗଣନାଟ୍ୟର ସୁନାମ ଧନ୍ୟ ନାୟକ ସୁରେଶ ପଣ୍ଡାଙ୍କ ସହ ନ୍ୟୁଜ ସେଭେନର ପ୍ରତିନିଧି ମନଖୋଲା କଥା ହୋଇଥିଲେ। ତାଙ୍କ ଜୀବନରେ କିଛି ଅକୁହା କଥା କ୍ୟାମେରା ସାମ୍ନାରେ ସୁରେଶ କହିଥିଲେ।
କୋହ ଭରା କଣ୍ଠରେ ସୁରେଶ ତାଙ୍କ ଜୀବନର କିଛି ଅକୁହା କଥା କହିଥିଲେ। ତାଙ୍କ ବଡ଼ ବାପା ଏବଂ ବାପାଙ୍କ ମୃତ୍ୟୁରେ ସୁରେଶ ଲଣ୍ଡା ହୋଇ ପାରି ନଥିଲେ। ଏପରି କି ତାଙ୍କ ମାଆଙ୍କ ମୃତ୍ୟୁ ଖବର ପାଇବା ପରେ ବି ଯାତ୍ରା ମାଲିକ ତାଙ୍କୁ ଛୁଟି ଦେଇ ନଥିଲେ। ଏମିତି କି ମାଆଙ୍କ ଶବଦାହରେ ସୁରେଶ ଯୋଗ ଦେଇ ପାରି ନଥିଲେ। ଦର୍ଶକଙ୍କ ପାଇଁ ତାଙ୍କର ଜନ୍ମ। ତାଙ୍କ ଜୀବନ ଉପରେ କେବଳ ଦର୍ଶକମାନଙ୍କର ଅଧିକାର ଅଛି ବୋଲି ସୁରେଶ କହିଛନ୍ତି।
wp:html /wp:html୧୯୮୭ ମସିହାରୁ ତାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା। ସେବେଠୁ ଯାତ୍ରାରେ ସୁରେଶ ଅଭିନୟ୍ କରି ଆସୁଛନ୍ତି। ଦୀର୍ଘଦିନ ଧରି ଯାତ୍ରାରେ ନାୟକ ଭୂମିକାରେ ସୁରେଶ ଅଭିନୟ କରି ଆସୁଛନ୍ତି। ଦୀର୍ଘଦିନ ଧରି ଯାତ୍ରାରେ ନାୟକ ଭୂମିକାରେ ଅଭିନୟ କରି ଯାତ୍ରା ଜଗତ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି ସୁରେଶ କହିଛନ୍ତି।
ତେବେ ସୁରେଶଙ୍କ ପ୍ରଥମ ଗୁରୁ ଥିଲେ ନାଟ୍ୟ ଆଶ୍ଚର୍ଯ୍ୟା ରଘୁ ନାଥ ପଣ୍ଡା। ସେହିପରି ଆଉ କିଛି ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାତ୍ରାକୁ ମନ ବଳାଇଥିବା କଥା ସୁରେଶ ମଧ୍ୟ କହିଛନ୍ତି। ସେ ପ୍ରଥମେ ଗୋପୀ ନାଟକରୁ ନିଜର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ। ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ 'ଶ୍ରାବଣ ମାସରେ ଶେଷ ରାତି' ନାଟକ ମଞ୍ଚସ୍ଥ ହେଉଛି। ସୁରେଶ ପଣ୍ଡାଙ୍କ ନାଟକ ଦେଖିବା ପାଇଁ ଦର୍ଶକଙ୍କ ଭିଡ ମଧ୍ୟ ଲାଗୁଛି।