vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

କମେଡିଆନ ପାଲଟି ଗଲେ ପାନ ଦୋକାନୀ

18/08/2020 at 3:36 PM

ଭଦ୍ରକ୧୮/୮: ମଞ୍ଚ ଉପରେ ଦର୍ଶକଙ୍କୁ ହସଉଥିବା ମଣିଷଟି ଆଜି ରାସ୍ତା କଡ଼ରେ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ମୁହଁରେ ରଙ୍ଗ ମାଖି ନିସ୍ତବ୍ଦ ରାତିରେ ରଙ୍ଗୀନ ରଙ୍ଗ ମଞ୍ଚରେ ନିଜ ଅଭିନୟ ଦେଖାଉଥିଲେ ପ୍ରଭାକର ସାହୁ। ଅଚାନକ ତାଙ୍କ ଜୀବନ ଗତି ପଥରେ ଆସିଛି ପରିବର୍ତ୍ତନ ଆଉ ନିଜର ବୃର୍ତ୍ତିରେ ମଧ୍ୟ ଆସିଛି ପରିବର୍ତ୍ତନ। ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କୁ ହସାଉଥିବା ପ୍ରଭାକର ଆଜି ରାସ୍ତା କଡ଼ର ପାନ ଦୋକାନୀ। କରୋନା କଟକଣା ଯୋଗୁଁ ପ୍ରଭାକର ଆଜି ପାନ ଦୋକାନ କରି ପରିବାରର ପ୍ରତିପୋଷଣ କରୁଛନ୍ତି।

 ପରିବାର ମୁହଁରେ ଗଣ୍ଡେ ଦାନ ଦେବା ଲାଗି ଯାତ୍ରା କମେଡିଆନ ପାଲଟିଗଲେ ପାନ ଦୋକାନୀ।  ତାଙ୍କ ଅଭିନୟରେ ହାସ୍ୟ ରସ ଭାରି ରହିଥିଲା । ଯାତ୍ରାଜଗତରେ ସେ ପ୍ରଥମେ ବାଦ୍ୟଯନ୍ତ୍ର ବଜାଉଥିଲେ । ଧୀରେ ଧୀରେ ଅଭିନୟ ପ୍ରତି ଦୁର୍ବଳତା ବଢିଲା । ସେଇଠୁ ଆରମ୍ଭ ହେଲା ଅଭିନୟ । ବାଦ୍ୟଯନ୍ତ୍ର ଶିଳ୍ପୀରୁ ପାଲଟି ଗଲେ ହାସ୍ୟ ଅଭିନେତା । ବହୁ ଯାତ୍ରା ପାର୍ଟିରେ ହାସ୍ୟଅଭିନେତା ଭଳି କାମ କରିଛନ୍ତି । କିନ୍ତୁ ଏବେ ସେଦିନ ରଙ୍ଗମଞ୍ଚରେ ଦର୍ଶକଙ୍କୁ ହସଉଥିବା କଳାକାର ଏବେ ନିଜ ପରିବାର ମୁହଁରେ ଟିକିଏ ହସ ପାଇଁ ନିଜେ ପାନ ଦୋକାନ ଖୋଲିଛନ୍ତି ।

ସେହି କଳାକାର ହେଉଛନ୍ତି ପ୍ରଭାକର ସାହୁ । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀପୋଖରୀ ଛକ ନିକଟ ପ୍ରଭାକର ନିଜେ ଗୋଟେ ପାନ ଆଉ ଚା ଦୋକାନ ଖୋଲିଛନ୍ତି । ଆଉ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଦୃଢ ମନା ହୁଅ , ଖୁବ ଶୀଘ୍ର କରୋନା ହାରିବ , ଭଲ ସମୟ ଆସିବ । ଆମେ ପୁଣି ପୁରୁଣା ଜାଗାକୁ ଫେରିବା ଆଉ ସବୁ ଠିକ ହୋଇଯିବ ।

   Related Posts