ଜଲିଉଡରେ ପରକୀୟା ପ୍ରେମ: ରଂଗ ମହଲରୁ ବାହାରିଲେ ନାୟିକା ଭାରତୀ ଓ ଖଳନାୟକ ପୀୟୁଷ

Published By : Prameya-News7 Bureau | October 09, 2018 IST

ଭଦ୍ରକ୯|୧୦: ରଙ୍ଗ ମହଲର ରଙ୍ଗୀନ ନାୟିକା ଏବେ ରଙ୍ଗମଂଚର ବାହାରେ । ଆମେ କହୁଛୁ ଯାତ୍ରା ପାର୍ଟି ରଙ୍ଗ ମହଲର ହିରୋଇନ- ଭାରତୀଙ୍କ କଥା । ନାୟିକା ଭାରତୀ ଏବେ ଯାତ୍ରା ପାର୍ଟିରୁ ବିଦା ହୋଇ ଯାଇଛନ୍ତି । ଭାରତୀଙ୍କ ସହ ଖଳନାୟକ ପୀୟୁଷ ମଧ୍ୟ ପାର୍ଟି ଛାଡି ଦେଇଛନ୍ତି । ଖଳନାୟକ ପୀୟୁଷ ଓ ନାୟିକା ଭାରତୀଙ୍କ ପରକୀୟା ପ୍ରୀତି ଏସବୁର କାରଣ ବୋଲି କୁହାଯାଉଛି ।  ଭାରତୀ ପୀୟୁଷଙ୍କ ସଂପର୍କକୁ ଭାରତୀ ସ୍ବୀକାର କରୁଥିବା ବଳେ ପୀୟୁଷ ହଁ କି ନାଁ କହି ନାହାନ୍ତି। ଖୁବ୍ ଶୀଘ୍ର ସବୁ କଥା ସେ ପ୍ରକାଶ କରିବେ ବୋଲି କହିଛନ୍ତି । ପୀୟୁଷଙ୍କ ପାଇଁ ସ୍ବାମୀ ସ୍ତ୍ରୀ ଅଲଗା ହୋଇଥିବା  ଭାରତୀଙ୍କ ସ୍ବାମୀ କହିଛନ୍ତି । ତବେ ଭାରତୀ ତାଙ୍କ ସ୍ବୀମୀ ନିରାକାର ଧଳଙ୍କୁ ଡିଭୋର୍ସ କରିବେ ବୋଲି ନ୍ୟୁଜ୍7କୁ କହିଛନ୍ତି । ନିରାକାର ଏବେ ରଙ୍ଗ ମହଲ ପାର୍ଟିରେ ପାର୍ଶ୍ବ ନାୟକ ଭାବେ ଅଭିନୟ କରୁଛନ୍ତି । ତବେ ପୀୟୁଷଙ୍କୁ ବିବାହ କରିବେ କି ପ୍ରଶ୍ନର ଉତରରେ - ସମୟ କହିବ ବୋଲି ଭାରତୀ କହିଛନ୍ତି । ଦୁଇ ଦିନ ହେଲା ପାର୍ଟିରୁ ଦୁଇ ଜଣ ବାହାରି ଆସିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ନାୟିକା ଭାରତୀ ତାଙ୍କ ପ୍ରେମ ଓ ବିବାହ ପାଇଁ ସେ ଯାତ୍ରା ଜଗତରେ ଚର୍ଚ।ରେ ଥିଲେ । ଏପରିକି ସେ ବାରମ୍ବାର ସ୍ବାମୀ ବଦଳାନ୍ତି ବୋଲି ତାଙ୍କୁ  କୁହାଯାଏ । ତବେ ଏକଥାକୁ ସେ ହସି ହସି ଉଡାଇ ଦିଅନ୍ତି, ଆଉ କହନ୍ତି ତାଙ୍କର ୧୩ ଜଣ ସ୍ବାମୀ ବୋଲି ଯାତ୍ରା ଇଣ୍ଡଷ୍ଟ୍ରି ଚର୍ଚ୍ଚା ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.