ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ

Published By : Prameya-News7 Bureau | August 01, 2021 IST

ଟୋକିଓ, ୦୧|୦୮ : ବିଶ୍ୱ  ପ୍ରସିଦ୍ଧ ଟେନିସ୍‌  ଖେଳାଳି ନୋଭାକ୍‌  ଜୋକୋଭିକ୍‌ ପୁରୁଷ ସିଙ୍ଗଲ୍ସରୁ  ଅଭିଯାନ ଶେଷ କରିଛନ୍ତି । ଶନିବାର ଖେଳାଯାଇଥିବା  ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ  ଜୋକୋଭିକ୍‌ ୪-୬, ୭-୬(୮-୬),  ୩-୬ ସେଟ୍‌ରେ ସ୍ପେନ୍ର ପାବଲୋ  କାରେନୋ ବୁଷ୍ଟାଙ୍କ ଠାରୁ ପରାଜିତ  ହୋଇ ବ୍ରୋଞ୍ଜ ପଦକରୁ ବଞ୍ଚିତ  ହୋଇଥିଲେ ।

ସିଙ୍ଗଲ୍ସରେ ପରାଜିତ  ହେବା ପରେ ଜୋକୋଭିକ୍‌ ମିକ୍ସଡ  ଡବଲ୍ସରୁ ଓହରି ଯାଇଥିଲେ । ଫଳ  ସ୍ୱରୂପ ଅଷ୍ଟ୍ରେଲିଆର ଆସଲି ବାର୍ଟି  ଓ ଜନ ପିୟର୍ସ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଜୋକୋଭିକ୍‌ ପୂର୍ବରୁ  ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ  ଜିତିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ  ହୋଇଥିଲେ । ଏଥର ମଧ୍ୟ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।

ତେବେ ପରାସ୍ତ ପରେ ଜୋକୋଭିକ୍ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ସେ ନିଜ ରାକେଟ୍ ଭାଙ୍ଗିବା ସହ ଅଶୋଭନୀୟ ଆଚରଣ ମଧ୍ୟ ପ୍ରଦର୍ଶନ କରିଥିଲେ । ଯାହାର ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି ।

wp:html /wp:html

ଜୋକୋଭିକଙ୍କ ପାଖରେ ଅଲିମ୍ପିକ୍ସରେ ସୁନା ପଦକ ଜିତିବାର ସୁଯୋଗ ଥିଲା । ସେ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍ ଓପନ ଓ ଓ୍ୱିଲମ୍ବଡନରେ ଚାମ୍ପିଅନ ମଧ୍ୟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.