ଇମ୍ରାନଙ୍କୁ କହିଦିଅ ଆମେ ଆସୁଛୁ : ମୁଲତାନ୍‌ରେ ମିଳିତ ବିରୋଧୀ ଦଳର ବିରାଟ ରାଲି, ଗର୍ଜିଲେ ନଓ୍ୱାଜ ଝିଅ ମରିୟମ୍ ଏବଂ ବେନ୍‌ଜିରଙ୍କ ଝିଅ ଅସିଫା

Published By : Prameya-News7 Bureau | December 01, 2020 IST

ଲାହୋର ୦୧।୧୨: ପାକିସ୍ତାନରେ ଇମ୍ରାନ ଖାନ୍‌ରୁ ଶାସନ ଗାଦିରୁ ହଟାଇବା ମେଳି ବାନ୍ଧିଛନ୍ତି ବିରୋଧୀ । ସରକାରଙ୍କ ବିରୋଧରେ ମୁଲ୍‌ତାନ ସହରରେ ଏକ ସମାବେଶ କରାଯାଇଛି । ଯେଉଁଥିରେ ସରକାରଙ୍କୁ ଟାର୍ଗଟେ କରି ୨ ପ୍ରମୁଖ ବିରୋଧୀ ଦଳର ନେତାଙ୍କ ଝିଅ ସାମିଲ ହୋଇଥିଲେ । ଇମ୍ରାନ୍ ଖାନ୍‌ଙ୍କୁ ଶାସନ ଗାଦିରୁ ବେଦଖଲ କରିବା ପାଇଁ ଏମାନେ ଏକାଠି ହୋଇଛନ୍ତି । ଅଲଗା ଅଲଗା ପାର୍ଟି ହୋଇଥିଲେ ମଧ୍ୟ ଏମାନେ ଏକାଠି ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ନଓ୍ୱାଜ ସରିଫଙ୍କ ଝିଅ ମରିୟମ ଓ ବେନ୍‌ଜିର ଭୁଟୋଙ୍କ ଝିଅ ଅସିଫା ।

{"id":370541,"sizeSlug":"large"}

 ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଜାରି ରହିଛି । ସରକାରରେ ଥିବା ପାର୍ଟି ବା ଇମ୍ରାନ ଖାନ୍‌ଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ବିରୋଧୀମାନେ ସଜବାଜ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାଲି, ସଭା ଆୟୋଜନ କରାଯାଇଛି । ଏହି ସବୁ ରାଲି ଓ ସଭାରେ ଲୋକଙ୍କ ଭିଡ ବଢିବାରେ ଲାଗିଛି । ଯାହାକୁ ନେଇ ଇମ୍ରାନ ସରକାରଙ୍କ ମୁଣ୍ଡର ଚଡ଼କ ପଡିଛି । ସାଧାରଣଲୋକଙ୍କ ଏତେ ପରିମାଣରେ ଯୋଗଦାନକୁ ଦୃଷ୍ଟିରେ ରଖି ଇମ୍ରାନ ଖାନ୍‌ଙ୍କ ସରକାର ଆଉ ରାଲି ଓ ସଭା କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

{"id":370542,"width":579,"height":428,"sizeSlug":"large"}
nbt

ମୁଲତାନ୍‌ ସହରରେ ହୋଇଥିବା ରାଲିରେ ପାକିସ୍ତାନ ମୁସଲିମ୍‌ ଲିଗ ନଓ୍ୱାଜର ନେତା ନଓ୍ୱାଜ ସରିଫଙ୍କ ଝିଅ ମରିୟମ ନବାଜ ସରିଫ ସାମିଲ ହୋଇଥିଲେ , ଏହା ସହ ପାକିସ୍ତାନ ପିପୁଲ୍‌ସ ପାର୍ଟିର ଅଧ୍ୟକ୍ଷ ଆସିଫ୍ ଅଲୀ ଜରଦାରୀଙ୍କ ଝିଅ ଅସିଫା ଭୁଟ୍ଟୋ ଯୋଗଦେଇଥିଲେ । ପାକିସ୍ତାନର ବିରୋଧୀ ଦଳନେତାଙ୍କ ଝିଅମାନେ ଏବେ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଇମ୍ରାନ ସରକାର ।

{"id":370543,"sizeSlug":"large"}
www.amarujala.com

ଅକ୍ଟୋବର ମାସରୁ ପାକିସ୍ତାନରେ ୧୧ଟି ବିରୋଧୀ ଦଳ ନେତା ମେଣ୍ଟ କରି ପାକିସ୍ତା ଡେମୋକ୍ରେଟିକ୍‌ ମୁଭମେଣ୍ଟ ନାମରେ ବିଭିନ୍ନ ସ୍ଥାନରୁ ରାଲି କରୁଛନ୍ତି । ଏହି ମେଣ୍ଟର ପ୍ରଥମ ରାଲି ଗୁଞ୍ଜରଓ୍ୱାଲା, କରାଚୀ, କ୍ୱେଟା, ପେଶାଓ୍ୱର ଏବଂ ଏବେ ପଞ୍ଚମ ରାଲି ମୁଲତାନ୍‌ ହୋଇଛି । ଏହି ମେଣ୍ଟର ଶେଷ ରାଲି ଲହୋରରେ ୧୩ ଡିସେମ୍ବରରେ ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.