ସାନଖେଣୁଣ୍ଡିରେ ମିଳିତ ଅଭିଯୋଗ ଶୁଣାଣି ଶିବିର; ଯୋଗଦେଲେ ଜିଲ୍ଲାପାଳଙ୍କ ସହିତ ସମସ୍ତ ଅଧିକାରୀ 

Published By : Prameya-News7 Bureau | November 14, 2022 IST

ସାନଖେମୁଣ୍ଡି ୧୪/୧୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧକ୍ଷତାରେ  ଏହି ଅଭିଯୋଗ ଶୁଣାଣି ହୋଇଛି। ଏଥିରେ ଗଞ୍ଜାମ ଆରକ୍ଷୀ ଅଧକ୍ଷକ ବ୍ରିଜେଶ ରୟ, ଗଞ୍ଜାମ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଭି.କ୍ରିତିଭାସନ ଓ ସମସ୍ତ ବିଭାଗର ଅଧିକାରୀ ମାନେ ଭାଗ ନେଇଥିଲେ। ଘରପଟ୍ଟା, ଅସହାୟ ଓ ବାର୍ଦ୍ଧକ୍ୟ ଭତ୍ତା, ଉନ୍ନୟନ କାଯ୍ୟ ସମ୍ପର୍କରେ ଅଭିଯୋଗ, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତା ଘାଟ ,ଆବାସ ଯୋଜନା, ପୁର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଅନେକ କାର୍ଯ୍ୟର ଅଭିଯୋଗ ଶୁଣାଣି ହୋଇଛି।

{"id":709246,"width":558,"height":307,"sizeSlug":"full","linkDestination":"none"}

ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ରଥ ନାୟକ, ଆସିକା  ଏସଡିଜିପିଓ ଉମାଶଙ୍କର ସିଂହଙ୍କ ସହିତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣିରେ ୨୦୦ରୁ ଅଧିକ ମାମଲା ବିଚାରକୁ ଆସିଥିଲା। ସେଥିମଧ୍ୟରୁ କିଛି ସମସ୍ୟାର ତୁରନ୍ତ ସମାଧାନ କରାଯାଇଛି। ଆଉ କିଛି ଅଭିଯୋଗ ସପ୍ତାହେ ମଧ୍ୟରେ ସମାଧାନ କରିବାକୁ କୁହାଯାଇଛି। କିଛି ଅଭିଯୋଗର ଦସ୍ତାବିଜର ଅଭାବ ଥିବାରୁ ତାକୁ ପର୍ଯ୍ୟାୟ କ୍ରମେ ସମାଧାନ ହେବ ବୋଲି  ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.