ମହାନଦୀ ଜଳ ବିବାଦ ମାମଲାକୁ ନେଇ ଆଜି ବସିବ ଓଡିଶା ଛତିଶଗଡ଼ ସମନ୍ୱୟ ବୈଠକ

Published By : Prameya-News7 Bureau | August 23, 2018 IST

ସମ୍ବଲପୁର ୨୪/୮ : ମହାନଦୀ ଜଳ ବିବାଦ ମାମଲାକୁ ନେଇ ଆଜି ବସିବ ଓଡିଶା ଛତିଶଗଡ଼ ସମନ୍ୱୟ ବୈଠକ | ବର୍ତ୍ତମାନ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୀବ୍ର ଥିବାବେଳେ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ରହିଛି | ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ବୁର୍ଲାରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି | ଛତିଶଗଡ଼ ଜଳ ସମ୍ପଦ ବିଭାଗର ୫ଜଣିଆ ଟିମ ଓଡିଶା ଆସିବେ | ବିଶେଷକରି ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସୂଚନା, ମହାନଦୀ ଅବବାହିକାରେ ମୃତ୍ତିକା ସଂରକ୍ଷଣ ଆଦି ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ | ବୈଠକରେ ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ, ହୀରାକୁଦ ବନ୍ଧର ମୁଖ୍ୟଯନ୍ତ୍ରୀ, ଛତିଶଗଡ଼, ବିଳାସପୁର ଓ ରାୟଗଡ଼ର ଅଧିକ୍ଷଣ ଯନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.