ଜନ୍ ଆବ୍ରାହମ୍‌ଙ୍କ ଲଭ୍ ଲାଇଫ୍ : ଖୁଲ୍ଲମ ଖୁଲ୍ଲା ପ୍ରେମ, ଲୁଚି ଲୁଚି ବିବାହ

Published By : Prameya-News7 Bureau | December 17, 2019 IST

ମୁମ୍ବାଇ୧୭|୧୨: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ୍ ଜନ୍‌ ଅବ୍ରାହମ୍‌ଙ୍କର ଆଜି ଜନ୍ମଦିନ। ୧୯୭୨ ମସିହା ଡିସେମ୍ବର ମାସ ୧୭ ତାରିଖରେ ଜନ୍‌ଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ଅଭିନୟ ବ୍ୟତୀତ ଜନ୍‌ ଆଜିକାଲି ଫିଲ୍ମର ପ୍ରଯୋଜନା ମଧ୍ୟ କରୁଛନ୍ତି। ଛୋଟ ବଜେଟ୍‌ର ତାଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି। ଜନ୍‌ ବଲିଉଡର ଜଣେ ହଟ୍‌ ଅଭିନେତା ଭାବେ ମଧ୍ୟ ପରିଚିତ। ଫିଲ୍ମ ସହ ଜନ୍‌ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି।

{"id":198882,"width":556,"height":513,"sizeSlug":"large"}

ଜନ୍‌ ପ୍ରଥମେ ବଲିଉଡର ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ରିଲେଶନସିପ୍‌ରେ ଥିଲେ। ଉଭୟଙ୍କୁ ଅନେକ ଥର ପାର୍ଟି ଓ ଇଭେଣ୍ଟରେ ଏକା ସହ ସ୍ପଟ୍‌ କରାଯାଉଥିଲା। କେବଳ ସେତିକି ନୁହେଁ ପୂର୍ବରୁ ଜନ୍‌ଙ୍କ ଜନ୍ମଦିନରେ ବିପାଶା ପ୍ରତ୍ୟେକଥର ଖୁବ ଜାକ୍‌ଜମକ୍‌ରେ ପାଳନ କରନ୍ତି। ବିପାଶା ନିଜେ ଖୁବ ଧୁମ୍‌ଧାମ୍‌ରେ ତାଙ୍କ ଦିନ ସ୍ପେସିଆଲ କରୁଥିଲେ। ଜନ୍‌ ମଧ୍ୟ ବିପାଶାଙ୍କ ଜନ୍ମଦିନ ବହୁତ ଭଲ ଭାବେ ପାଳୁଥିଲେ। ଉଭୟଙ୍କ ମଧ୍ୟରେ ବେଶ ନିଆରା ବୁଝାମଣା ଥିଲା।   

{"id":198883,"sizeSlug":"large"}

ଦୁହେଁ ପରସ୍ପରଙ୍କୁ ୯ ବର୍ଷ ଡେଟ୍‌ କରିଥିଲେ। ମହେଶ ଭଟ୍ଟଙ୍କ ଫିଲ୍ମ “ଜିସ୍ମ”ରୁ ବିପାଶା ଓ ଜନ୍‌ଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଉଭୟ ରିଲେଶନସିପ୍‌ରେ ରହିବା କିଛି ଦିନ ପରେ ଲିଭ ଇନ୍‌ରେ ଥିଲେ। କେହି ଭାବିନଥିଲେ ଯେ, ବିପାଶା ଓ ଜନ୍‌ କେବେ ଅଲଗା ହେବେ। ଦର୍ଶକ ମଧ୍ୟ ଉଭୟଙ୍କ ଯୋଡି ବହୁତ ପସନ୍ଦ କରୁଥିଲେ।

{"id":198884,"sizeSlug":"large"}

ବିପାଶାଙ୍କ ସହ ବ୍ରେକଅପ୍‌ ହେବା ପରେ ଜନ୍‌ ଜଣେ ଏନଆରଆଇ ପ୍ରିୟା ଋଂଚାଲଙ୍କ ସହ ସିକ୍ରେଟ ମ୍ୟାରେଜ କରିଥିଲେ। ପ୍ରଥମେ ଲୋକେ ଏହି ଖବରକୁ ଗୁଜବ ବୋଲି ଭାବୁଥିଲେ। ହେଲେ ପରବର୍ତ୍ତି ସମୟରେ ଜନ୍‌ ନିଜେ ଏହି ବିବାହ ବିଷୟରେ ଟୁଇଟ୍‌ କରି ଘୋଷଣା କରିଥିଲେ। ୨୦୧୪ ମସିହା ନୂଆ ବର୍ଷରେ ଜନ୍‌ ଟୁଇଟ୍‌ କରି କହିଥିଲେ ଯେ, ତାଙ୍କର ବିପାଶାଙ୍କ ସହ ବ୍ରେକ୍‌ଅପ୍‌ ହୋଇଯାଇଛି। ଏହା ସହ ସମସ୍ତଙ୍କୁ ନୂଆ ବର୍ଷର ଶୁବେଚ୍ଛା ଜଣାଇଥିଲେ।

{"id":198885,"sizeSlug":"large"}

ଶେଷରେ “Love john & priya Abraham” ଲେଖିଥିଲେ। ଜନ୍‌ ପ୍ରିୟାଙ୍କୁ ବିବାହ କରିବା ନେଇ ବିପାଶା କିଛି ଜାଣିନଥିଲେ। ଏହି ବିଷୟରେ ବିପାଶା ନିଜେ ଏକ ସାକ୍ଷାତକାରରେ କହିଥିଲେ। ବିପାଶାଙ୍କ ଅନୁସାରେ ଏହି ଖବର ଶୁଣି ସେ ଅବସାଦରେ ଥିଲେ। ଏଥିରୁ ବାହାରିବା ପାଇଁ ତାଙ୍କୁ ଅନେକ ସମୟ ଲାଗିଥିଲା। ସେ ଜନ୍‌ଙ୍କୁ ବହୁତ ଭଲ ପାଉଥିଲେ ବୋଲି ମଧ୍ୟ କହିଛନ୍ତି। ୨୦୧୬ ମସିହାରେ ବିପାଶା ଅଭିନେତା କରନ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.