ଟି୨୦ ବିଶ୍ୱକପରେ ଭାରତକୁ କରିଥିଲେ ଚାମ୍ପିଆନ, ଏବେ କରୋନା ସହ କରୁଛନ୍ତି ମୁକାବିଲା

Published By : Prameya-News7 Bureau | March 24, 2020 IST

ଚଣ୍ଡିଗଡ, ୨୪ ୦୩: କରୋନା ଭାଇରସ ପାଇଁ ସମସ୍ତ ଖେଳାଳି ନିଜ ଘରେ ରହିଛନ୍ତିା ପରିବାର ସହ ସମୟ ଅତିବାହିତ କରୁଛନ୍ତିା ଏପରିକି ନିଜ ଫଲୋଅର୍ସ୍ ଓ ଫ୍ୟାନମାନଙ୍କୁ ମଧ୍ୟ ଘରେ ରହିବାକୁ ପରାମର୍ଶ ଦେଉଛନ୍ତିା କିନ୍ତୁ ଟିମ୍ ଇଣ୍ଡିଆକୁ ବିଶ୍ୱକପ ଜିତାଇଥିବା ବୋଲର ଯୋଗିନ୍ଦର ଶର୍ମା ଏବେ ସଂକ୍ରମିତ ନହୋଇ ମଧ୍ୟ କରୋନା ଭାଇରସ ସହ ଲଢେଇ କରୁଛନ୍ତିା

wp:core-embed/twitter {"url":"https://twitter.com/jogisharma83/status/1242378903764766720","type":"rich","providerNameSlug":"twitter","className":""}
https://twitter.com/jogisharma83/status/1242378903764766720
/wp:core-embed/twitter

ଯୋଗିନ୍ଦର ଭାରତୀୟ ଦଳକୁ ୨୦୦୭ରେ ଟି୨୦ ବିଶ୍ୱକପ ଜିତାଇଥିଲୋ ସେ ଅନ୍ତରଷ୍ଟ୍ରୀୟ କ୍ରିକେଟରୁ ଅବସର ଗ୍ରହଣ କରି ସାରିଛନ୍ତିା ଏବେ ସେ ହରିୟାଣା ପୋଲିସରେ ଡିଏସପି ଭାବେ କାର୍ଯ୍ୟରତ । ଏବେ ରାଜ୍ୟରେ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । କିନ୍ତୁ ସେ ଡିଏସପି ଭାବେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି । ଏପରିକି ସେ ସଚେତନତା ସୃଷ୍ଟି କରିବା ପାଇଁ ଟ୍ୱିଟ୍ ମଧ୍ୟ କରିଛନ୍ତିା ଘରୁ ନ ବାହାରିବା ସହ ସାମାଜିକ ଦୂରତା ରକ୍ଷା ହିଁ କରୋନା ସଂକ୍ରମଣ ରୋକିବା ପାଇଁ ସବୁଠାରୁ ଭଲ ପଦକ୍ଷେପ ବୋଲି କହିଛନ୍ତିା

{"id":243525,"width":751,"height":563,"sizeSlug":"large"}

୨୦୦୭ରେ ଭାରତ ଟି୨୦ ଚାମ୍ପିଆନ ହେବା ପରେ ଯୋଗିନ୍ଦରଙ୍କୁ ହରିୟାଣା ପୋଲିସରେ ଚାକିରୀ ମିଳିଥିଲ।। ବର୍ତ୍ତମାନ ସେ ଡିଏସପି ଭାବେ କାର୍ଯ୍ୟ ତୁଲାଉଛନ୍ତିା ସେ ସ୍ପୋର୍ଟସ୍ କୋଟାରେ ପୋଲିସ ହୋଇଥିଲେ ମଧ୍ୟ ଦେଶ ଓ ସମାଜର ସେବା କରୁଛନ୍ତିା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.