ପୂର୍ବତନ କ୍ରିକେଟର ଯୋଗରାଜ ସିଂହ କହିଲେ ଧୋନୀଙ୍କ ଯୋଗୁ ଏହି ତିନିଜଣ ଖେଳାଳୀଙ୍କ କ୍ୟାରିୟର ହୋଇଛି ବରବାଦ୍…
14/07/2019 at 3:02 PM

ନୂଆଦିଲ୍ଲୀ୧୪|୭: ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଶର ଅଗଣିତ କ୍ରିକେଟପ୍ରେମୀ ପସନ୍ଦ କରନ୍ତି। ଧୋନୀ ଜଣେ ସଫଳ ଖେଳାଳୀ ଭାବରେ ସାରା ଦେଶରେ ପରିଚିତ। ସେ ସଦାସର୍ବଦା ସମସ୍ତଙ୍କୁ ସାହାର୍ଯ୍ୟ କରିଥାନ୍ତି। ହେଲେ ଧୋନୀଙ୍କ ନାଁରେ ଯୁବରାଜ ସିଂହଙ୍କ ବାପା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂହ ସଂଗୀନ ଅଭିଯୋଗ ଆଣିଛନ୍ତି।
ବେଳେ ବେଳେ ଯୋଗରାଜ ସିଂହ ଧୋନୀଙ୍କୁ ଟାର୍ଗେଟକରି କରିବା ସହ ତାଙ୍କୁ ସମାଲୋଚନା ମଧ୍ୟ କରିଥାନ୍ତି। କିଛି ଦିନ ହେବ ଧୋନୀଙ୍କୁ ଲଗାତର ଭାବେ ସମାଲୋନା କରି ଚାଲିଛନ୍ତି ଯୋଗରାଜ ସିଂହ । ବିଶ୍ବକପ ସେମିଫାଇନାଲ ମ୍ୟାଚ ହାରିବା ପରଠାରୁ ଧୋନୀଙ୍କୁ ଅଧିକ ସମାଲୋଚନାର ଶିକାର ହେବାକୁ ପଡ଼ଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହବାଗ, ଗୌତମ ଗାମ୍ଭୀର ଓ ଯୁବରାଜ ସିଂହଙ୍କ ଖେଳ କ୍ୟାରିୟର କେବଳ ଧୋନୀଙ୍କ ପାଇଁ ଶେଷ ହୋଇଛି ବୋଲି ଯୋଗରାଜ କହିଛନ୍ତି।
ଭାରତୀୟ ଦଳରେ ନିଜର ଦବଦବା ଜାହିର କରିବା ପାଇଁ ଏହି ତିନିଜଣଙ୍କୁ ମ୍ୟାଚରେ ଖେଳିବାକୁ ସୁଯୋଗ ଦେଇ ନଥିଲେ ଧୋନୀ। ତେଣୁ ସେମାନେ ଖେଳରୁ ଅବସର ନେଇ ଯାଇଥିଲେ। ୨୦୧୫ ପରଠାରୁ ଭାରତୀୟ ଟିମରେ ନିଜର ଦବଦବା ଜାହିର କରିଆସୁଛନ୍ତି ଧୋନୀ। ଯୁବରାଜ, ଗମ୍ଭୀର ଓ ସେହବାଗଙ୍କୁ ଖେଳିବାକୁ ସୁଯୋଗ ନଦେବାରୁ ସେମାନଙ୍କ ମନବଳ ଭାଙ୍ଗି ଯାଇଥିଲା। ୨୦୧୫ ବିଶ୍ବକପ ହାରିବାର ମୁଖ୍ୟ ଭୂମିକା ଧୋନୀଙ୍କର ଥିଲା। ଚଳିତ ବିଶ୍ବକପ ସେମିଫାଇନାଲ ମ୍ୟାଚ ବି ଧୋନୀଙ୍କ ପାଇଁ ହାରିଲା ଟିମ ଇଣ୍ଡିଆ। ସେ ଜଣେ ଅଭିଜ୍ଞ ଖେଳାଳୀ ତାଙ୍କ ଠାରୁ ଏହିଭଳି ଖେଳ ଆଶା କରାଯାଉ ନଥିଲା ବୋଲି ଯୋଗରାଜ ସିଂହ କହିଛନ୍ତି।