ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡକୁ ଝଟକା, ବାଦ୍ ପଡିଲେ ଜୋଫ୍ରା ଆର୍ଚର

Published By : Prameya-News7 Bureau | February 12, 2021 IST

ଚେନ୍ନାଇ, ୧୨/୦୨:  ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି । ଏନେଇ ବୁଧବାର ଇଂଲଲଣ୍ଡ ଓ ଓ୍ୱେଲସ୍ କ୍ରିକେଟ ବୋର୍ଡ ସୂଚନା ଦେଇଛି । ଡାହାଣ ହାତ କହୁଣୀରେ ଲାଗିଥିବା ଆଘାତ ପାଇଁ ସେ ମ୍ୟାଚ୍ ଖେଳିପାରିବେ ନାହିଁ ।

ବାରବାଡୋସରେ ଜନ୍ମ ହୋଇଥିବା ଏହି ଖେଳାଳିଙ୍କୁ ଇଂଲଣ୍ଡ ରୋଟେସନ୍ ନୀତି ଆଧାରରେ ସିରିଜରେ ବିଶ୍ରାମ ଦିଆଯିବା ନେଇ ସମ୍ଭାବନା ରହିଥିଲା । ଇସିବି କହିଛି ଯେ, ଜୋଫ୍ରା ପୂର୍ବରୁ ଆହତ ହୋଇନଥିଲା । ଏହା କୌଣସି ପୁରୁଣା ଆଘାତ ନୁହେଁ । ସେ ଅତିଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି । ଏହି ଦ୍ରୁତ ବୋଲର ଅହମ୍ମଦାବାଦରେ ଖେଲାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦଳକୁ ଫେରିବେ ବୋଲି ଆଶା କରାଯାଉଛି ।

ଆର୍ଚର୍ ବାଦ୍ ପଡିବା ପରେ ଜେମ୍ସ ଆଣ୍ଡରସନଙ୍କ ସହ ଷ୍ଟୁଆର୍ଟ ବ୍ରଡଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ପାରେ । ତେବେ ଜସ୍ ବଟଲର୍ ଇଂଲଣ୍ଡ ଫେରି ଯାଇଛନ୍ତି । ତାଙ୍କ ସ୍ଥାନରେ ବେନ୍ ଫୋକସଙ୍କୁ ସୁଯୋଗ ମିଳିବ । ପୋକସ୍ ୫ଟି ଟେଷ୍ଟ ଖେଳିଛନ୍ତି । ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିବା ପରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.