ପ୍ରଥମ ଥର IPL ଖେଳିବେ ଇଂଲଣ୍ଡର ପୂର୍ବତନ ଅଧିନାୟକ, ୧୧ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଖାଉଥିଲେ ଜଲଓ୍ବା…
10/03/2023 at 3:17 PM

ମୁମ୍ବାଇ ୧୦।୦୩ ; ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି IPL ୨୦୨୩ । ଚଳିତ ଥର ସିଜିନରେ ନଜର ଆସିବେ ଜଣେ ଏପରି ଖେଳାଳି, ଯିଏକି ବିଗତ ୧୫ ବର୍ଷ ହେଲାଣି ଖେଳି ନାହାନ୍ତି ଆଇପିଏଲ୍ । ଯଦି ଏପରି ହୁଏ ତେବେ ଏହି ଖେଳାଳି IPL ୨୦୨୩ର ଏହି ଟୁର୍ଣ୍ଣାମେଣ୍ଟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବେ ।

ଖବର ଅନୁଯାୟୀ ଇଂଲଣ୍ଡର ଧାକଡ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ପ୍ରଥମ ଥର ପାଇଁ ଆଇପିଏଲ୍ ୨୦୨୩ ସିଜନରେ ସାମିଲ ହୋଇଛନ୍ତି । ଆଇପିଏଲ୍ ଇତିହାସର ୧୫ ବର୍ଷରେ ପ୍ରଥମ ଥର ପାଇଁ ଆଇପିଏଲରେ ସୁଯୋଗ ପାଇଛନ୍ତି ଜୋ ରୁଟ୍ । ଆଇପିଏଲ୍ ୨୦୨୩ ନିଲାମରେ ଜୋ ରୁଟଙ୍କୁ ୧ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ । କହିବାକୁ ଗଲେ ଜୋ ରୁଟ୍ ପୂର୍ବରୁ ଅନେକ ଥର ଆଇପିଏଲ୍ ଅକ୍ସନରେ ନିଜର ନାଁ ଦେଇଥିଲେ ମଧ୍ୟ କୌଣସି ଦଳ ତାଙ୍କୁ ନିଜ ଟିମରେ ସାମିଲ କରିନଥିଲେ ।

୨୦୨୩ ପୂର୍ବରୁ ଜୋ ରୁଟ୍ ଆଇପିଏଲ୍ ୨୦୧୮ରେ ନିଲାମୀ ପାଇଁ ନାଁ ଦେଇଥିଲେ ମଧ୍ୟ ତାଙ୍କୁ କୌଣସି ଟିମ୍ କିଣିନଥିଲେ । କିନ୍ତୁ ଚଳିତଥର ଜୋ ରୁଟଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏଥର ରାଜସ୍ଥାନ ରୟାଲ୍ସ ତାଙ୍କୁ ୧ କୋଟିରେ କିଣି ଖୁସିର ଦ୍ୱାର ଖୋଲିଦେଇଛି । କହିବାକୁ ଗଲେ ଭାରତର ସ୍ପିନ୍-ଫ୍ରେଣ୍ଡଲି ପିଚରେ ଜୋ ରୁଟଙ୍କର ରହିଛି ଅନେକ ରେକର୍ଡ । ଏହି ଅଭିଜ୍ଞତାର ସୁଯୋଗ ନେଇ ଆଇପିଏଲ୍ ୨୦୨୩ରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଜୋ ରୁଟ୍ ।