suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ନିର୍ବାଚନରେ ଟ୍ରମ୍ପଙ୍କୁ ମାତ୍ ଦେଲେ ଜୋ ବିଡେନ୍, ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି

7/11/2020 at 10:24 PM

ୱାସିଂଟନ ୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିଯାଇଛି। ଏ ନେଇ ଆମେରିକୀୟ ଗଣମାଧ୍ୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ବିଡେନ। ପେନସିଲଭାନିଆ ଭୋଟ ଗଣତି ଶେଷ ସହ ବିଡେନ ନିର୍ବାଚନରେ ବିଜୟୀ ହେବା ସହ ଦେଶର ୪୬ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ ବିଡେନ ୨୭୩ଟି ଇଲେକ୍ଟୋରାଲରେ ବିଜୟୀ ହୋଇଥିବା ବେଳେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୨୧୪ ଇଲେକ୍ଟୋରାଲରେ ଅଟକି ଯାଇଛନ୍ତି। ଦଳର ବିଜୟ ଲାଗି ଟ୍ରମ୍ପ କରିଥିବା ସମସ୍ତ ଦାବି ଭୁଲ ପ୍ରମାଣିତ ହୋଇଛି। ଏହା ସହ ଡେମୋକ୍ରାଟିକ ପ୍ରାର୍ଥୀ ବିଡେନଙ୍କ ହ୍ୱାଇଟ୍ ହାଉସ୍ ଯାତ୍ରା ଲକ୍ଷସ୍ଥଳରେ ପହଞ୍ଚିଥିବା ବେଳେ ଭାରତୀୟ ମୂଳର ରାଜନେତା କମଲା ହ୍ୟାରିସ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ରର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ଅନିୟମିତତାର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ନିର୍ବାଚନ ଦିନ ରାତିରେ ଯେଉଁ ସବୁ ରାଜ୍ୟରେ ରିପବ୍ଲିକାନ ଆଗରେ ଥିଲେ ଦିନ ବଢିବା ସହ ରହସ୍ୟମୟ ଭାବେ ପଛେଇବାରେ ଲାଗିଥିବା ଦେଖାଯାଇଛି। ମାମଲାରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଥିଲେ। କୋର୍ଟରେ ମାମଲା ଯେପରି ଆଗକୁ ବଢିବ ହୁଏତ ଆମର ଅଗ୍ରଗତି ପୁଣି ଆମକୁ ଫେରସ୍ତ ମିଳିଯାଇପାରେ ବୋଲି କହିଥିଲେ। ଯେଉଁ ସବୁ ରାଜ୍ୟକୁ ନେଇ ଟ୍ରମ୍ପ ଆଶଙ୍କା ବ୍ୟକ୍ତ କରିଥିଲେ ଏଥିରେ ଏରିଜୋନା, ଜର୍ଜିଆ, ନେଭେଡା ଓ ପେନସିଲଭାନିଆ ଆଦି ଷ୍ଟେଟ୍‌ ଥିଲା। ତେବେ ଏହି ସବୁ ରାଜ୍ୟରେ ଡେମୋକ୍ରାଟିକ ପାର୍ଟିକୁ ବିପୁଳ ଜନସମର୍ଥନ ମିଳିଥିବା ଭୋଟ ଗଣନାରୁ ଜଣାପଡିଛି।

ଜୋସେଫ ରୋବିନେଟ୍ ବିଡେନ୍‌

ପୁରା ନାମ ଜୋସେଫ ରୋବିନେଟ୍ ବିଡେନ୍‌, ଯିଏ ଏବେ ସାରା ବିଶ୍ୱରେ ଜୋ ବିଡେନ ଭାବେ ବେଶ୍ ଜଣାଶୁଣା। ୨୦ନଭେମ୍ବର ୧୯୪୨ରେ ପେନସିଲଭାନିଆ ସ୍କ୍ରାଣ୍ଟନରେ ଜନ୍ମିତ ବିଡେନ ଆମେରିକାର ୪୭ତମ ଉପରାଷ୍ଟ୍ର ମଧ୍ୟ ଅବସ୍ଥାପିତ ଥିଲେ। ଜୋ ୧୦ ବର୍ଷର ହୋଇଥିବା ବେଳେ ପରିବାର ସହ ଡିଲାୱେର ଚାଲିଆସିଥିଲେ। ଡିଲାୱେର ବିଶ୍ୱବିଦ୍ୟାଳୟରୁ ସେ ଇତିହାସ ଓ ରାଜନୀତି ବିଜ୍ଞାନରେ ଏକକାଳୀନ ୨ଟି ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପରେ ୧୯୬୮ ମସିହାରେ ସେ ସିରାକ୍ୟୁସ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଥିଲେ।

ସର୍ବ କନିଷ୍ଠ ସିନେଟର
ସିଟି କାଉନସିଲର ଭାବେ ବର୍ଷ ୨ଟା ବି ପୂରଣ ହୋଇନଥିଲା।  ସିନେଟ ନିର୍ବାଚନରେ ତାଙ୍କୁ ପୁଣି  ପ୍ରାର୍ଥୀ କରିଦେଇଥିଲା। ଦଳ ରିପବ୍ଲିକାନ ପାର୍ଟିର ଅବସ୍ଥାପିତ ସିନେଟ୍‌ରଙ୍କୁ ଅପ୍ରତ୍ୟାସିତ ଭାବେ ପରାସ୍ତ କରିଥିଲେ ବିଡେନ। ୧୯୭୨ ମସିହାରେ ହୋଇଥିବା ଏହି ନିର୍ବାଚନ ବେଳକୁ ବିଡେନଙ୍କ ବୟସ ହୋଇଥିଲା ମାତ୍ର ୨୯।  ସେତେବେଳେ ଆମେରିକା ସିନେଟକୁ ନିର୍ବାଚିତ ହେବାରେ ବିଡେନ ଥିଲେ ଦେଶର ପଞ୍ଚମ ସର୍ବ କନିଷ୍ଠ ସିନେଟର।  

   Related Posts