‘ପଛକୁ ହଟିବି ନାହିଁ, ଟ୍ରମ୍ପଙ୍କୁ ହରାଇବା ପାଇଁ ମୁଁ ସବୁଠୁ ଯୋଗ୍ୟ’, ଡେମୋକ୍ରାଟିକ ସାଂସଦଙ୍କୁ ଚିଠି ଲେଖି ଅପିଲ୍ କଲେ ବାଇଡେନ୍

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଡେମୋକ୍ରାଟ୍ ସାଂସଦଙ୍କୁ ପତ୍ର ଲେଖିଛନ୍ତି । ଯେଉଁଥିରେ ସେ ନିଜକୁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ନଭେମ୍ୱର ୫ରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଏହା ପୂର୍ବରୁ ଦେଶର ରାଜନୀତି ସରଗରମ ହୋଇଛି । ବାଇଡେନଙ୍କ ପାର୍ଟିର ନେତା ତାଙ୍କ ବିରୋଧରେ ସ୍ୱର ଉଠାଉଛନ୍ତି । କିଛି ଡେମୋକ୍ରାଟ୍ ନେତା ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ନକରିବା ପାଇଁ ଅପିଲ୍ କରିଛନ୍ତି ।

ଡେମୋକ୍ରାଟିକ୍ ପାର୍ଟିରେ ଦେଖା ଦେଇଥିବା ବିବାଦ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ନିଜ ସାଂସଦଙ୍କ ନାଁରେ ଦୁଇ ପୃଷ୍ଠାର ଚିଠି ଲେଖିଛନ୍ତି । ଏଥିରେ ସେ ଦଳରେ ଆରମ୍ଭ ହୋଇଥିବା ବିବାଦକୁ ଶେଷ କରିବା ପାଇଁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ଯେ ଡେମୋକ୍ରାଟିକ୍ ପାର୍ଟିର ଏକ ଲକ୍ଷ୍ୟ ରହିଛି ଏବଂ ତାହା ଏହା ଯେ ବିରୋଧୀ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଯେକୌଣସି ସ୍ଥିତିରେ ହରାଇବା । ବାଇଡେନ ଲେଖିଛନ୍ତି, 'ଆମ ପାଖରେ ୧୧୯ ଦିନର ସମୟ ରହିଛି । ସାଧାରଣ ନିର୍ବାଚନ ଆସିବାକୁ ଯାଉଛି । ଏଥିପାଇଁ ଏହି ବିବାଦକୁ ଶେଷ କରିବା ଦରକାର । ଆମର ଛୋଟିଆ ଦୁର୍ବଳତାର ଲାଭ ଡୋନାଲ୍ଡ ଟ୍ରମ୍ପ ନେଇପାରନ୍ତି । ଡ୍ରୋନାଲ୍ଡ ଟ୍ରମ୍ପଙ୍କୁ ହରାଇବା ପାଇଁ ଏକଜୁଟ୍ ହୋଇ ଗୋଟିଏ ପାର୍ଟି ରୂପେ କାମ କରିବାର ସମୟ ।'

ବାଇଡେନଙ୍କ ଚିଠି ଡେମୋକ୍ରାଟିକ ସାଂସଦଙ୍କୁ ଦିଆଯାଇଛି । ଏହାରି ଭିତରେ ଡେମୋକ୍ରାଟିକ୍ ପାର୍ଟିର ସାଂସଦ ୱାଶିଂଟନରେ ଏକାଠି ହୋଇଛନ୍ତି । ଏଠାରେ ସବୁ ସାଂସଦ ଜୋ ବାଇଡେନଙ୍କ ପ୍ରାର୍ଥୀତ୍ୱକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ଜୁନ୍ ୨୭ରେ ଆଟଲାଣ୍ଟାରେ ହୋଇଥିବା ପ୍ରେସିଡେଣ୍ଟସିଆଲ୍ ଡିବେଟରେ ଜୋ ବାଇଡେନ, ଟ୍ରମ୍ପଙ୍କଠାରୁ ପଛରେ ପଡ଼ିଥିଲେ । ଏହାପରେ ଡେମୋକ୍ରାଟିକ ପାର୍ଟି ଭିତରେ ବାଇଡେନଙ୍କ ବିରୋଧରେ ଜୋରଦାର ବିରୋଧ ଆରମ୍ଭ ହୋଇଥିଲା । ପାର୍ଟିର କିଛି ସାଂସଦଙ୍କ ଅନୁସାରେ ବାଇଡେନ ନିଜେ ନିଜ ପ୍ରାର୍ଥୀତ୍ୱରୁ ଓହରିଯିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.