ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ଆଗରେ

Published By : Prameya-News7 Bureau | November 04, 2020 IST

ଓ୍ବାଶିଂଟନ୍ ୪/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆଜି ସକାଳେ ସରିବା ପରେ ଜାରି ରହିଛି ଭୋଟ୍ ଗଣତି। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ ନିର୍ବାଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକାରେ ସାଧାରଣ ଭୋଟରଙ୍କ ଭୋଟକୁ ନେଇ ଇଲେକ୍ଟୋରାଲ କଲେଜ ନିର୍ବାଚିତ ହୋଇଥାଏ।

ଇଲେକ୍ଟୋରାଲ କଲେଜର ଭୋଟ୍  ଆଧାରରେ ହିଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ସେହି ଆଧାରରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ  ବର୍ତ୍ତମାନ ସୁଦ୍ଧା ୨୧୦ ଇଲେକ୍ଟୋରାଲ ଭୋଟ୍ ପାଇଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ବର୍ତ୍ତମାନ ସୁଦ୍ଧା ୧୩୭ ଇଲେକ୍ଟୋରାଲ୍  ଭୋଟ୍  ପାଇଛନ୍ତି। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ହେଲେ ୨୭୦ ଇଲେକ୍ଟୋରାଲ ଭୋଟ୍  ଆବଶ୍ୟକ।

ରାଜ୍ୟ ଗୁଡ଼ିକର ନିର୍ବାଚନ ଫଳାଫଳକୁ ଦେଖିଲେ ଜୋ ବାଇଡେନ୍ ଏ ପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଜିତିଥିବା ବେଳେ ଡୋନାଲ୍ଟ ଟ୍ରମ୍ପ ୮ଟି ରାଜ୍ୟରେ ଜିତିଛନ୍ତି।ଜୋ ବାଇଡେନ୍ , ଜର୍ଜିରାଆ, ମାସାଚୁସେଟସ୍ , କନେକ୍ଟିକଟ୍ , ରୋଡ୍  ଆଇଲ୍ୟାଣ୍ଡ, ମାରିଲ୍ୟାଣ୍ଡରେ ବିଜୟୀ ହୋଇଛନ୍ତି। ଡୋନାଲ୍ଟ ଟ୍ରମ୍ପ ଇଣ୍ଡିଆନା, କେଞ୍ଚୁକୀ, ଟେନେସି, ଓକଲାହୋମା, ସାଉଥ୍ କାରୋଲିନା, ୱେଷ୍ଟ ର୍ଜିନିଆରେ ଜିତିଛନ୍ତି। ଆମେରିକାରେ ୫୦ଟି ରାଜ୍ୟ  ଏବଂ ୱାସିଂଟନ୍ ଡିସିର ଭୋଟର ମାନେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.