ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ ? ଇସ୍ରାଏଲ୍‌-ହମାସ ଯୁଦ୍ଧ ଉପରେ ବାଇଡେନ୍ କର୍ମଚାରୀଙ୍କ ଚିଠି

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ଭିତରେ ଆମେରିକାରେ ବିଦ୍ରୋହ ଖବର ସାମନାକୁ ଆସିଛି । ସୂଚନା ଅନୁସାରେ ଜୋ ବାଇଡେନ୍ ପ୍ରଶାସନର ୪୦ ବିଭାଗ ଓ ଏଜେନ୍ସିଙ୍କ ୪୦୦ କର୍ମଚାରୀ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଇସ୍ରାଏଲ୍ ଓ ହମାସ ଯୁଦ୍ଧକୁ ନିୟନ୍ତ୍ରଣ କରିବା ଉପରେ ପ୍ରଶ୍ନ ଉଠାଯାଇଛି । ଏହାସହ ଯୁଦ୍ଧବିରତି ଦାବି କରାଯାଇଛି । ଏହି ଚିଠି ଉପରେ ସର୍ବପ୍ରଥମେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଦେଇଥିଲା । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ୟୁଏସ୍ ଷ୍ଟେଟ୍ ଡିପାର୍ଟମେଣ୍ଟ, ହ୍ୱାଇଟ୍ ହାଉସ୍, ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ଓ ଜଷ୍ଟିସ୍ ଡିପାର୍ଟମେଣ୍ଟ କର୍ମଚାରୀ ଅଛନ୍ତି ।  

ପଢନ୍ତୁ: ଗାଜାର ହସ୍ପିଟାଲରେ ଆକ୍ରମଣ କରୁଛି ହମାସ୍ ? ଭିଡିଓ ଜାରି କରି ପ୍ରଶ୍ନ କଲା ଇସ୍ରାଏଲ୍

ଆମେରିକୀୟ କର୍ମଚାରୀ ଲେଖିଛନ୍ତି ଯେ ଆମେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତତ୍କାଳ ଯୁଦ୍ଧ ବିରତି ପାଇଁ ଦାବି କରୁଛୁ । ଏହାସହ ଇସ୍ରାଏଲ୍ ଦ୍ୱାରା ବନ୍ଦୀ ଥିବା ଫିଲିସ୍ତିନୀଙ୍କ ତତ୍କାଳ ମୁକ୍ତି ସୁନିଶ୍ଚିତ କରି ସଂଘର୍ଷ କମ କରିବା ପାଇଁ ଆହ୍ୱାନ କରାଯିବା ଦରକାର । ପାଣି, ଇନ୍ଧନ, ବିଜୁଳି ଓ ଅନ୍ୟ ମୌଳିକ ସେବା ପୁଣି ଥରେ ଆରମ୍ଭ କରିବା ଓ ଗାଜା ପଟିରେ ମାନବୀୟ ସହାୟତା ଯୋଗାଇବା ପାଇଁ ଦାବି କରୁଛୁ । ଜୋ ବାଇଡେନ୍ ଓ ବିଶ୍ୱର ଅନ୍ୟ ନେତା ଗାଜାରେ ଯୁଦ୍ଧ ବିରାମ ଦାବି କରିବାକୁ ମନା କରି ଦେଇଥିଲେ । ସମସ୍ତେ କହିଥିଲେ ଯେ ଏଥିରେ କେବଳ ଗାଜାକୁ ହିଁ ଲାଭ ପହଞ୍ଚିବ ।

ଆମେରିକା ଗତ ସପ୍ତାହରେ ଇସ୍ରାଏଲ୍ ଉପରେ ଆକ୍ରମଣ ପରଠୁ ହମାସ ଉପରେ ପ୍ରତିବନ୍ଧର ତୃତୀୟ ପର୍ଯ୍ୟାୟ ଘୋଷଣା କରିଥିଲା । ଆମେରିକୀୟ ଅର୍ଥ ବିଭାଗ ଏକ ବୟାନ ଜାରି କରି କହିଥିଲା ଯେ ଏହି ପ୍ରତିବନ୍ଧକ ଇରାନ ଓ ଫିଲିସ୍ତିନୀ ଇସଲାମିକ୍ ଜିହାଦ ସମର୍ଥିତ ଅଧିକାରୀ ଓ ସିଷ୍ଟମକୁ ଟାର୍ଗେଟ୍ କରୁଛି ।

Also Read: ଯୁଦ୍ଧର ୩୯ ଦିନ ପରେ ହମାସ ‘ସଂସଦ’ରେ ଇସ୍ରାଏଲ୍‌ର କବଜା, IDF ଉଡାଇଲା ପତାକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.