oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୋ ବାଇଡେନଙ୍କ ସ୍ୱସ୍ଥ୍ୟକୁ ନେଇ ଆଶଙ୍କା, ପ୍ରଥମ ଭାଷଣରେ କାଶି କାଶି ହୋଇଛନ୍ତି ବେଦମ

15/12/2020 at 10:31 PM

ୱାସିଂଟନ : ଆମେରିକା ନିର୍ବାଚନ ମଣ୍ଡଳ ସୋମବାର ଡେମୋକ୍ରାଟ ନେତା ଜୋ ବାଇଡେନଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଚୂଡ଼ାନ୍ତ ଫଳାଫଳ ପରେ ରିପବ୍ଲିକାନ ନେତା ଦେଶକୁ ସମ୍ବୋଧିତ କରିଛନ୍ତି। ତେବେ ଭାଷଣ ବେଳେ ବାଇଡେନଙ୍କ କାଶ ଏବେ ଦେଶବାସୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତାରେ ପକାଇଛି। ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟରିସ୍‌ଙ୍କୁ ଚୂଡ଼ାନ୍ତ ବିଜୟୀ ଘୋଷଣା କରାଯାଇଥିବା ବେଳେ ନବନିର୍ବାଚିତ ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ସେ କହିଛନ୍ତି ଯେ ଏହି ଫଳାଫଳକୁ ନେଇ ଆଉ କାହାର ଦ୍ୱିମତ ହେବାର ନାହିଁ। ୮୧ ନିୟୁତରୁ ଅଧିକ ଦେଶବାସୀ ବାଇଡେନ ଓ ହ୍ୟାରିସ୍‌ଙ୍କୁ ସେମାନଙ୍କର ନେତା ନିର୍ବାଚିତ କରିଛନ୍ତି। ଆମେରିକା ଇତିହାସରେ ଯେ କୌଣସି ରେକର୍ଡ ଠାରୁ ମଧ୍ୟ ଏହା ସର୍ବାଧିକ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦିଆଯାଇଥିବା ଭୋଟରୁ ଏହା ୭ ଲକ୍ଷରୁ ମଧ୍ୟ ଅଧିକ ଭୋଟ। ତେବେ ବାଇଡେନ ଭାଷଣ ଶେଷ ପର୍ଯ୍ୟନ୍ତ କାଶିବା ଓ ଛିଙ୍କିବାରେ ବ୍ୟସ୍ତ ଥିଲେ। ଯାହା ଏବେ ଦେଶର ସୋସିଆଲ ମିଡିଆରେ ଭାଇରଲ ହେଉଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ନେଇ ଦେଶବାସୀ ଚିନ୍ତିତ ହୋଇପଡିଛନ୍ତି।

ଦେଶରେ କରୋନା ଭାଇରସ ମହାମାରୀର ପ୍ରକୋପରେ ନିର୍ବାଚନ ପ୍ରଚାର, ଭୋଟ ଓ ଗଣନା ଶେଷ ହୋଇଛି। ନିର୍ବାଚନ ଫଳାଫଳ ଆସିବାର ଦେଢମାସ ହୋଇଗଲାଣି। ଜାନୁୟାରୀ ୨୦ ତାରିଖରେ ପ୍ରେସିଡେନସିଆଲ ୱେଲକମ୍‌ ହେବ। ଏହା ସହ ଦେଶର ସବୁଠୁ ବୟୋଜ୍ୟୋଷ୍ଠ ରାଷ୍ଟ୍ରପତି ହେବେ ବାଇଡେନ। ତାଙ୍କ ବୟସ ଓ କାଶ ଲକ୍ଷଣକୁ ନେଇ ଆମେରିକାବାସୀ ତଟସ୍ଥହୋଇପଡିଛନ୍ତି।

ତେବେ ସୋସିଆଲ ମିଡିଆରେ ବାଇଡେନ ବାସ୍ତବରେ ଅବିଶ୍ୱସନୀୟ ବୋଲି ୟୁଜର ଉଲ୍ଲେଖ କରିଛନ୍ତି। କାରଣ ଯେତେବେଳେ ବି ସେ ସିଏନଏନକୁ ସାକ୍ଷାତକାର ଦେଉଥାନ୍ତି ସେ ତାଙ୍କର ଡାହାଣ ହାତକୁ ସର୍ବଦା ମୁହଁ ପାଖରେ ରଖିଥାନ୍ତି। କାରଣ ସେ କାଶୁଥାନ୍ତି ବୋଲି ୟୁଜେର ଲେଖିଛନ୍ତି। ସେହିପରି ବାଇଡେନ ନିକଟରେ କୁକୁର ସହ ଖେଳିବା ବେଳେ ଗଡ ଖସି ଯିବାରୁ ତଳେ ପଡି ଆଘାତ ପ୍ରାପ୍ତ ହୋଇଥିଲେ। ଏଣୁ ଅନ୍ୟ ଜଣେ ୟୁଜର ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

   Related Posts