scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଋଷି ସୁନକଙ୍କୁ ଏମିତି କହି ଟ୍ରୋଲ ହେଲେ ଆମେରିକା ରାଷ୍ଟ୍ରପତି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଇଡେନଙ୍କ ଭାଷଣ

27/10/2022 at 11:05 AM

ଓ୍ୱାଶିଂଟନ ୨୭/୧୦: ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ବ୍ରିଟିଶ ପ୍ରଧାନମନ୍ତ୍ରୀ ନାମକୁ ଭୁଲ୍ ଉଚାରଣ କରି ଅଡୁଆରେ ପଡିଛନ୍ତି ବାଇଡେନ୍ । ଆମେରିକାର ଲୋକଙ୍କୁ ସମ୍ବୋଧିତ କରି ବାଇଡେନ ସୁନକଙ୍କ ନାମକୁ ଦୁଇ ଦୁଇଥର ଭୁଲ୍ ଭାବରେ ଉଚ୍ଚାରଣ କରିଥିଲେ । ଆମେରିକାର ରାଷ୍ଟ୍ରପତି କିଛି ଦ୍ୱନ୍ଦ୍ୱରେ ଥିବା ବି ନଜର ଆସିଥିଲେ ।

ଜୋ ବାଇଡେନ ଅଭିଭାଷଣରେ କହିଛନ୍ତି, ‘ଆମେ ବ୍ରିଟେନ ସହ ଜଡିତ ଏକ ଖବର ଶୁଣିଛୁ । ରସିଦ, ରସିଦ, ରସିଦ ସୁନକ ବ୍ରିଟିଶ ନୂଆ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ । ଋଷି ସୁନକଙ୍କ ନା ଭୁଲ୍ ଉଚ୍ଚାରଣ କରିଥିବା ଜୋ ବାଇଡ଼େନଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟ୍ରୋଲରମାନେ ଜୋ ବାଇଡେନଙ୍କୁ ଟାର୍ଗେଟ କରୁଛନ୍ତି।

ଟ୍ରୋଲ ଷ୍ଟୟ ନାମକ ଏକ ଟ୍ୱିଟର ଆକାଉଣ୍ଟ ଲେଖାଯାଇଛି ଯେ ଜୋ ବାଇଡେନ କେଉଁଠାରୁ ଖବର ପାଇଛନ୍ତି ଯେ ରସିଦ ସୁନକ ନାମକ ଜଣେ ବ୍ୟକ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଶକ୍ତି ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଏହା ଲେଖାଯାଇଛି ଯେ ଜୋ ବାଇଡେନ ପୁଣି ଥରେ ନିଦରେ ଥିବା ଦେଖିବାକୁ ମିଳିଛି । ଆମେରିକାର ରାଷ୍ଟ୍ରପତି ବାଇଡେନ ରସିଦ ସୁନକଙ୍କୁ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । ମୁଁ ବୁଝିପାରୁ ନାହିଁ ସେମାନେ କିପରି ହ୍ୱାଇଟ୍ ହାଉଟ ଚଳାଉଛନ୍ତି ? ଭାଷଣ ଶେଷରେ ସେ ମଞ୍ଚରୁ ଓହ୍ଲାଇବା ପରିବର୍ତ୍ତେ ଭୁଲି ଯାଇଥିଲେ । ଏଥିରୁ ଜଣାପଡୁଛି ଯେ, ବାଇଡେନ କଣ କରିବାକୁ ଚାହୁଁଛନ୍ତି ସେ ନିଜେ ଜାଣିପାରୁନାହିଁନ୍ତି ।

ଏହା ପୂର୍ବରୁ ବର୍ଷ ୨୦୨୨ ଆରମ୍ଭରେ ଜୋ ବାଇଡେନ ଏମିତି ଗୋଟେ ଭାଷଣ ଦେଇ ଫସିଥିଲେ । ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହୋଇଥିଲେ ବାଇଡେନ୍ ।

   Related Posts