scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୋ ବାଇଡେନଙ୍କ ଘରୋଇ ନୀତି ପରାମର୍ଶଦାତା ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନ

6/05/2023 at 8:46 AM

ୱାଶିଂଟନ, ଆମେରିକାରେ ଭାରତୀୟଙ୍କ ପ୍ରଭାବ ସାରା ଦୁନିଆ ଦେଖିଛି। ଖାଲି ଆମେରିକାର କାହିଁକି ବ୍ରିଟେନ୍ ଭଳି ଦେଶରେ ମୁଖ୍ୟ ବି ଜଣେ ମୂଳ ଭାରତୀୟ ହୋଇପାରିଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଲା ହେରିସ୍ ବି ଜଣେ ମୂଳ ଭାରତୀୟ। ଏବେ ଆଉ ଜଣେ ମୂଳ ଭାରତୀୟଙ୍କ ଉପରେ ଭରସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଭାରତୀୟ ଆମେରିକୀୟ ନାଗରିକ ନୀରା ଟଣ୍ଡନକୁ ଘରୋଇ ନୀତି ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ବାଇଡେନଙ୍କ ଘରୋଇ ନୀତିଗୁଡ଼ିକ ତିଆରି କରି ଏହାକୁ ଲାଗୁ କରିବାରେ ନୀରା ବାଇଡେନଙ୍କୁ ସହଯୋଗ କରିବେ।

ଏ ସମ୍ପର୍କିତ ଘୋଷଣା କରି ବାଇଡେନ୍ କହିଛନ୍ତି ” ମୋତେ ଏହି ଘୋଷଣା କରି ଖୁସି ଲାଗୁଛି ଯେ ନୀରା ଟଣ୍ଡନ ଅର୍ଥନୈତିକ ଗତିଶୀଳତା, ଚିକିତ୍ସା ପାଇଁ ଜାତିଗତ ସମାନତା, ଅପ୍ରବାସନ ଓ ଶିକ୍ଷା କ୍ଷେତ୍ରରେ ମୋର ଘରୋଇ ନୀତି ଗଠନ ଓ କାର୍ଯ୍ୟକାରିତା କାମ ଆଗକୁ ଜାରିି ରଖିବେ।” ନୀରାଙ୍କ ପୂର୍ବରୁ ଏହି ସ୍ଥାନରେ ସୁଜାନ ରାଇସ ସମ୍ଭାଳୁଥିଲେ। ସୁଜାନ ବାଇଡେନଙ୍କର ଘରୋଇ ନୀତି ପରାମର୍ଶଦାତା ଥିଲେ।

ନୂଆ ପରାମର୍ଶଦାତା ନିଯୁକ୍ତି ନେଇ ବାଇଡେନ୍ ଆହୁରି କହିଥିଲେ ଟଣ୍ଡନ ହେଉଛନ୍ତି ପ୍ରଥମ ଏସିଆ ଆମେରିକୀୟ ନାଗରିକ ଯିଏ ହ୍ୱାଇଟ୍ ହାଉସ ନୀତି ପରିଷଦର ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଗୋଟିଏର ଦାୟିତ୍ୱ ସମ୍ଭାଳି ଇତିହାସ ରଚିବେ। ବରିଷ୍ଠ ପରାମର୍ଶଦାତା ଓ ଷ୍ଠାଫ୍ ସେକ୍ରେଟେରୀ ଭାବରେ ନୀରା ମୋର ଘରୋଇ, ଅର୍ଥନୈତିକ ଏବଂ ଜାତୀୟ ସୁରକ୍ଷା ଟିମର ନିଷ୍ପତ୍ତି ନେବା କାର୍ଯ୍ୟକୁ ତଦାରଖ କରିବେ। ପବ୍ଲିକ୍ ପଲିସି(ଲୋକ ନୀତି)ରେ ତାଙ୍କର ୨୫ ବର୍ଷର ଅଭିଜ୍ଞତା ଅଛି। ସେ ପୂର୍ବରୁ ୩ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟ କରିସାରିଛନ୍ତି। ଏବଂ ଦଶନ୍ଧୀ ହେଲା ସେ ଦେଶରେ ଏକ ଅଗ୍ରଣୀ ସଂସ୍ଥାର ନେତୃତ୍ୱ ନେଉଛନ୍ତି ବୋଲି ବାଇଡେନ୍ କହିଥିଲେ।

   Related Posts