ଜୋ ବାଇଡେନ୍ ନେଲେ କରୋନା ଭାକସିନ, ଟିକାକରଣର ହେଲା ସିଧା ପ୍ରସାରଣ

Published By : Prameya-News7 Bureau | December 22, 2020 IST

ନ୍ୟୁୟର୍କ,୨୨/୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର ସାର୍ବଜନୀକ ଭାବେ କରୋନା ଟିକା ନେଇଛନ୍ତି । ତାଙ୍କୁ କରୋନା ଭାକସିନର ପ୍ରଥମ ଟିକା ଦିଆଯାଇଛି । ଏହାକୁ ସ୍ୱତନ୍ତ୍ର ଭାବେ ଟିଭିରେ ଲାଇଭ୍ ଦେଖାଯାଇଥିଲା । ଲୋକମାନେ କିପରି ସଚେତନ ହେବେ ସେନେଇ ଆମେରିକା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଥିଲା ।

ଡେଲଓ୍ୱାରେ ଖ୍ରୀଷ୍ଟ୍ରିଆନା କେୟାର ହସ୍ପିଟାଲର ନର୍ସ ବାଇଡେନଙ୍କୁ କରୋନା ଭାକସିନ ଲଗାଇଥିଲେ । ବାଇଡେନଙ୍କୁ ଫାଇଜର ଟିକାର ପ୍ରଥମ ଡୋଜ୍ ପ୍ରଦାନ କରାଯାଇଛି । ଏହି ଟିକାକୁ ଫାଇଜର ଓ ବାୟୋଏନଟେକ୍ ମିଳିତ ଭାବେ ତିଆରି କରିଛନ୍ତି ।

wp:html /wp:html

ଟିକାକରଣରେ ନିୟୋଜିତ ଥିବା ବରିଷ୍ଠ ଅଧିକାରୀ ମୁନସିଫ୍ ସଲାଉଇ କହିଛନ୍ତି ଯେ, ଟିକା ସେମାନଙ୍କ ପାଇଁ ସୁରକ୍ଷିତ ଯେଉଁମାନେ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଟିକା ଆହୁରି ବଢାଇବ । ଭାଇରସ ସଂକ୍ରମିତ ହେବା ପରେ ସବୁଦିନ ପାଇଁ ରୋଗପ୍ରତିରୋଧକ ଶକ୍ତି ମଜବୁତ ହୋଇନଥାଏ । ଏହା ସମୟ ସହ ବଦଳିଥାଏ । ଏଥିପାଇଁ ଟିକାକରଣ ହେବା ଉଚିତ । ସଂକ୍ରମିତମାନେ ମଧ୍ୟ ଟିକା ନେବା ଉଚିତ ।

ଆମେରିକାରେ ଗତ ସପ୍ତାହରେ କୋଭିଡ-୧୯ ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଆହୁରି ଅନେକ ବରିଷ୍ଠ ଅଧିକାରୀ ଟିକା ନେଇ ନାହାଁନ୍ତି । ତେବେ ଶୁକ୍ରବାର ଉପରାଷ୍ଟ୍ରପତି ମାଇକ ଫାନ୍ସ, ସ୍ପିକର ନ୍ୟାନ୍ସି ପେଲୋସୀ ଓ  ସିନେଟର ମିଚ୍ ମେକକୋନେ ଟିକା ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.