ଆତଙ୍କବାଦୀଙ୍କୁ ଛାଡିବୁ ନାହିଁ, ଖୋଜିଖୋଜି ମାରିବୁ- ବାଇଡେନ୍

Published By : Prameya-News7 Bureau | August 27, 2021 IST

କାବୁଲ, ୨୭|୦୮:  ବିସ୍ଫୋରଣରେ ପୁଣି ଥରେ ଥରିଲା ଆଫଗାନିସ୍ତାନ । ୭୦ରୁ ଅଧିକ ବ୍ୟକ୍ତିଙ୍କ ଗଲା ଜୀବନ । ମୃତକଙ୍କ ମଧ୍ୟରେ ଅନେକ ଆମେରିକୀୟ ସୈନ୍ୟ ରହିଛନ୍ତି । ତେବେ  କାବୁଲ ବିମାନବନ୍ଦର ବାହାରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଆକ୍ରମଣ ପରେ ହ୍ୱାଇଟ ହାଉସରୁ ଏକ ସମ୍ବୋଧନରେ ଜୋ ବାଇଡେନ କହିଛନ୍ତି, ଆମେ ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ । ସେମାନଙ୍କୁ ଖୋଜି ଖୋଜି ମାରିବୁ । କାବୁଲ ଆକ୍ରମଣକାରୀଙ୍କୁ ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ସହଜରେ ଛାଡ଼ିବୁ ନାହିଁ । ସେମାନେ କରିଥିବାର କାଣ୍ଡର ଉଚିତ ଜବାବ ଦେବୁ । ଆମେ ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବୁ । ଆମେ ଆମର ସହଯୋଗୀଙ୍କୁ ବାହାର କରିବୁ । ଆମର ମିଶନ ଜାରି ରହିବ ବୋଲି ବାଇଡେନ ନିଜର ସମ୍ବୋଧନରେ କହିଛନ୍ତି ।

ଆହୁରି ମଧ୍ୟ ବିସ୍ଫୋରଣ ନେଇ ବାଇଡେନ କହିଛନ୍ତି ଯେ, ତାଲିବାନ ଏବଂ ଇସଲାମିକ ଷ୍ଟେଟ ମଧ୍ୟରେ ବୁଝାମଣା ମାଧ୍ୟରେ ବିସ୍ଫୋରଣ ହୋଇଥିବାର କୌଣସି ପ୍ରମାଣ ନାହିଁ । ବିସ୍ଫୋରଣ ପୂର୍ବରୁ ବାଇଡେନ ସତର୍କ ନେଇ ଚେତାବନୀ ଦେଇଥିଲେ । ଗତ ଅଗଷ୍ଟ ୨୦ ତାରିଖରେ ସେ କହିଥିଲେ ଯେ, କାବୁଲ ବିମାନବନ୍ଦର ନିକଟରେ କୌଣସି ପ୍ରକାରର ସମ୍ଭାବିତ ଆତଙ୍କବାଦୀ ଘଟଣା ଉପରେ ଆମେ ନଜର ରଖିଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.