ୱେବ୍‌ସିରିଜ୍ 'ଆଶ୍ରମ'କୁ ନେଇ ବବି ଦେଓଲ୍ ଓ ପ୍ରକାଶ ଝାଙ୍କୁ କୋର୍ଟଙ୍କ ନୋଟିସ୍: ଧାର୍ମିକ ଭାବନାକୁ ଆଘାତ କରିଥିବା ଆରୋପ

Published By : Prameya-News7 Bureau | December 14, 2020 IST

ଯୋଧପୁର ୧୪/୧୨ : ଯୋଧପୁରରୁ ଏକ ବଡ ଖବର ଆସିଛି। ଚର୍ଚ୍ଚିତ ୱେବସିରିଜ 'ଆଶ୍ରମ'କୁ ନେଇ ବଲିଉଡ ଅଭିନେତା ବବି ଦେଓଲ ଓ ନିର୍ମାତା ପ୍ରକାଶ ଝାଙ୍କୁ ଯୋଧପୁର କୋର୍ଟ ନୋଟିସ ପଠାଇଛନ୍ତି। ମାମଲାରେ ଆଗାମୀ ଶୁଣାଣି ଜାନୁଆରୀ ୧୧ ତାରିଖରେ ହେବ। ୧୧ ତାରିଖ ସୁଦ୍ଧା ଉଭୟଙ୍କୁ କୋର୍ଟଙ୍କ ନୋଟିସର ଜବାବ ଦେବାକୁ ହେବ। ୱେବସିରିଜ 'ଆଶ୍ରମ' MX ପ୍ଲେୟାରରେ ରିଲିଜ ହୋଇଥିଲା। ଏହି ସିରିଜରେ ଆଶ୍ରମ ଭିତରେ ମହିଳାଙ୍କ ସହ ହେଉଥିବା ଉତ୍ପୀଡ଼ନକୁ ଦର୍ଶାଯାଇଛି।

{"id":377310,"sizeSlug":"large","linkDestination":"none"}

ଆଶ୍ରମର ପ୍ରଥମ ସଂସ୍କରଣ ରିଲିଜ ହେବାପରେ ଏହାର ନିର୍ମାତା ଓ କଳାକାରମାନଙ୍କ ଉପରେ ଧାର୍ମିକ ଭାବନାକୁ ଆଘାତ କରିଥିବା ଆରୋପ ଲାଗିଥିଲା। ସିରିଜର ଦ୍ୱିତୀୟ ସଂସ୍କରଣ ରିଲିଜ ହେବାପରେ ମଧ୍ୟ ଧାର୍ମିକ ଭାବନାକୁ ଆଘାତ କରିଥିବା ଆରୋପ ହୋଇଛି। ୱେବସିରିଜର ନିର୍ମାତା ପ୍ରକାଶ ଝା ଓ ଅଭିନେତା ବବି ଦେଓଲ ଏହି ଆରୋପକୁ ଖାରଜ କରିଛନ୍ତି। ପ୍ରକାଶ ଝା ସଫା ସଫା କହିଛନ୍ତି ଯେ ଦୁଇ ସାଧୁଙ୍କୁ ନେଇ ପବ୍ଲିକ ଡୋମେନରେ ଯେଉଁ ତଥ୍ୟ ରହିଛି ସେହି ଆଧାରରେ 'ଆଶ୍ରମ' ୱେବସିରିଜ କରାଯାଇଛି।

{"id":377309,"sizeSlug":"large","linkDestination":"none"}

ବବି ଦେଓଲ କହିଛନ୍ତି, ୱେବସିରିଜରେ ଧର୍ମ ନାମରେ ଠକେଇ କରୁଥିବା ବାବାମାନଙ୍କ ବିରୋଧରେ ଦର୍ଶାଯାଇଛି। ୪୦୦ ମିଲିୟନରୁ ଅଧିକ ଲୋକ ଏହି ୱେବସିରିଜ ଦେଖି ସାରିଛନ୍ତି।

{"id":377311,"sizeSlug":"large","linkDestination":"none"}

ପ୍ରକାଶ ଝା କହିଛନ୍ତି, 'ଆମ ଧର୍ମ ମହାନ, ଆମର ଧର୍ମଗ୍ରନ୍ଥ ମହାନ, କିନ୍ତୁ ଯେଉଁମାନେ ଏହି ଧର୍ମ ଆଳରେ ଖରାପ କାମ କରୁଛନ୍ତି, ପରପଞ୍ଚ ରଚୁଛନ୍ତି ସେମାନଙ୍କ ମୁଖା ଖୋଲିବାକୁ ଏବଂ ସମାଜ ସାମ୍ନାରେ ସତ ଆଣିବାକୁ ୱେବସିରିଜ ମାଧ୍ୟମରେ ଚେଷ୍ଟା କରାଯାଇଛି।

{"id":377314,"sizeSlug":"large","linkDestination":"none"}

ଦର୍ଶକ ଏହି ୱେବସିରିଜକୁ ବହୁତ ପସନ୍ଦ କରିଛନ୍ତି ଏବଂ ପ୍ରଶଂସା ମଧ୍ୟ କରିଛନ୍ତି। ସେ କହିଛନ୍ତି ପବ୍ଲିକ ଡୋମେନରେ ଯେଉଁ ତଥ୍ୟ ରହିଛି ତାହା ଉପରେ ସିରିଜ ଆଧାରିତ। ସେଥିପାଇଁ କୌଣସି ସଚ୍ଚା ଧର୍ମଗୁରୁ ଏହି ୱେବସିରିଜକୁ ନେଇ ଆପତ୍ତି କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.