କଟକ୮/୨: ଯୋବ୍ରା ପରେ ଏବେ ରାଣୀହାଟରେ ହେବ ଉଚ୍ଛେଦ । ତେବେ ଉଚ୍ଛେଦ ପୂର୍ବରୁ ସରଜମିନ୍ ତଦନ୍ତ କରିଛି ଜିଲ୍ଲା ପ୍ରଶାସନ । କଟକର ସର୍ବପୁରାତନ ହିନ୍ଦ ସିନେମା ହଲର ବ୍ୟାପକ ନିର୍ମାଣ ସରକାରୀ ଜମିରେ ହୋଇଥିବା ତଦନ୍ତରୁ ଜଣାପଡିଛି । ସେପଟେ ଉଚ୍ଛେଦ ପୂର୍ବରୁ ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବାକୁ ଦାବି କରିଛି ପୂଜା କମିଟି । ଯୋବ୍ରା ପରେ ରାଣୀହାଟରେ ହେବ ଉଚ୍ଛେଦ କରି ସରଜମିନ୍ ତଦନ୍ତ କଲା ଜିଲ୍ଲା ପ୍ରଶାସନ। ସରକାରୀ ଜମି ମାଡି ବସିଥିବା ହିନ୍ଦ ସିନେମା ହଲର ହେଲା ମାପଚୁପ। ସେପଟେ ଥଇଥାନ ପରେ ଉଚ୍ଛେଦ କରିବାକୁ ରାଣୀହାଟ ପୂଜା କମିଟିର ଦାବି।
ଏସସିବି ସମ୍ପ୍ରସାରଣ ପାଇଁ ଏବେ ରାଣୀହାଟରେ ହେବ ଉଚ୍ଛେଦ । ଭଙ୍ଗାଭଙ୍ଗି ପୂର୍ବରୁ ନିଜେ ଜିଲ୍ଲାପାଳ ରାଣୀହାଟ ଅଞ୍ଚଳ ବୁଲି ଦେଖିଛନ୍ତି । ତେବେ ସହରର ଅନ୍ୟତମ ସର୍ବପୁରାତନ ସିନେମା ହଲ୍ ହିନ୍ଦ ସିନେମାର ବ୍ୟାପକ ନିର୍ମାଣ ସରକାରୀ ଯାଗା ଉପରେ ହୋଇଥିବା ଜଣାପଡିଛି । ସିନେମା ହଲ୍ କେତେ ସରକାରୀ ଜମି ମାଡିବସିଛି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶନିବାର ମପା ଚୁପା ହୋଇଛି । କେବଳ ହିନ୍ଦ୍ ସିନେମା ନୁହେଁ ରାଣୀହାଟ ପୂଜା କମିଟି ନିକଟରେ ଥିବା କିଛି କ୍ଲବ ଘର ଏବଂ କିଛି ଲୋକ ବି ସରକାରୀ ଜାଗା ମାଡି ବସିଥିବା ଜଣାପଡିଛି ।
SCBମେଡିକାଲକୁ ଯେଭଳି ସୁରୁଖୁରୁରେ ଆମ୍ବୁଲାନ୍ସ ଯାଇପାରିବ। ସେଥିପାଇଁ ରାଣୀହାଟ ହିନ୍ଦ୍ ସିନେମା ଛକରୁ ମେଡିକାଲ ପର୍ଯ୍ୟନ୍ତ ଏକ ଚଉଡ଼ା ରାସ୍ତା ନିର୍ମାଣ ହେବ । ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନ ଘର ଗୁଡିକୁ ବି ଭଙ୍ଗାଯିବ । ମାତ୍ର ଦୋକାନ ଘର ଭାଙ୍ଗିବା ପୂର୍ବରୁ ବ୍ୟବସାୟୀ ମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବାକୁ ଦାବି କରିଛି ରାଣୀହାଟ ପୂଜା କମିଟି । ଥଇଥାନ ନକଲେ ବ୍ୟବସାୟୀମାନେ ଆତ୍ମାହୁତି ଦେବାକୁ ଦେଇଛନ୍ତି ଚେତାବନୀ । ସେପଟେ ରାଣୀହାଟ ଅଞ୍ଚଳରେ ଜବରଦଖଲ କରି ରହୁଥିବା ଲୋକ ମାନଙ୍କୁ ଉଚ୍ଛେଦ ପରେ ଅନ୍ୟତ୍ର ରହିବା ପାଇଁ ସରକାରୀ ହିସାବରେ କ୍ଷତିପୂରଣ ଦେବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।