krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ONGCରେ ଆପ୍ରେଣ୍ଟିସ୍‌ ପଦରେ ବମ୍ପର ନିଯୁକ୍ତି ସୁଯୋଗ, ୧୦ମ-ଦ୍ୱାଦଶ, ବିଏ ପାସ୍‌ କରିପାରିବେ ଆବେଦନ

27/09/2023 at 5:22 PM

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ବିଏ ପାସ୍ ଯୁବକଙ୍କ ପାଇଁ ଏକ ଭଲ ଖବର। ଅଏଲ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନ ଲିମିଟେଡ୍ (ONGC) ଆପ୍ରେଣ୍ଟିସ୍‌ ସହ ଅନେକ ପସରେ ନିଯୁକ୍ତି ସୁଯୋଗ ରହିଛି। ଏଥିପାଇଁ ଆଶାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ଆବେଦନ କରିପାରିବେ। ପ୍ରଥମେ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୦ଥିଲା, ଯାହାକୁ ୧୦ ଦିନ ପାଇଁ ଆଗକୁ ବଢ଼ାଯାଇଛି।

ଆଶାୟୀ ଅଫିସିଆଲ ଓ୍ବେବସାଇଟ୍‌ ongcindia.com ଦ୍ବାରା ଆବେଦନ କରିପାରିବେ। ସମୁଦାୟ ୨୫୦୦ ପଦରୁ ଅଧିକ ପଦବୀ ପାଇଁ ନିଯୁକ୍ତି ରହିଛି। ଏହି ପଦରେ ଡାଟା ଏଣ୍ଟ୍ରି ଅପରେଟର ୩୭ ପଦବୀ, ସଚିବ ସହାୟକଙ୍ ୧୮୯, ମେକାନିକ୍‌ ଅଟୋ ଇଲେକ୍ଟ୍ରୋନିକ୍ସର ୫ ଏବଂ ଭିନ୍ନ ପଦ ରହିଛି।

ଆହୁରି ପଢ଼ନ୍ତୁ: ଜାନୁଆରୀ ତୃତୀୟ ସପ୍ତାହରୁ JEE Mains; ମେ‘ରୁ ଆରମ୍ଭ ହେବ NEET UG ପରୀକ୍ଷା

ଆବେଦନ କରୁଥିବା ଆଶାୟୀଙ୍କ ବୟସ ୧୮ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଦରକାର। ସେହିଭଳି ଓବିସି ବର୍ଗଙ୍କ ପାଇଁ ୩ ବର୍ଷ ଏବଂ ଏସସି/ଏସଟି ବର୍ଗଙ୍କ ପାଇଁ ୫ ବର୍ଷ ବୟସ ସୀମା​‌ରେ ଛାଡ଼ ରହିଛି। ଦରମା ଏବଂ ଯୋଗ୍ୟତା ତଥା ଆବେଦନର ସମସ୍ତ ତଥ୍ୟ ପାଇଁ ଆଶାୟୀ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ।

   Related Posts