୪ ବର୍ଷରେ କେତେ ଚାକିରି ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ?
8/05/2018 at 10:39 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କେତେ ଚାକିରି ସୃଷ୍ଟି କରିଛନ୍ତି ? ୪ ବର୍ଷରେ କେତେ ଚାକିରି ? କେତେ ନିଯୁକ୍ତି ପାଇଛନ୍ତି ଚାକିରି ଆଶାୟୀ ? ଏହାର ହିସାବ କିତାବ ବାହାର କରିବା ଲାଗି ତାଙ୍କ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ରୀ ମାନଙ୍କ ଅଧିନରେ ଥିବା ବିଭିନ୍ନ ପ୍ରକଳ୍ପ ରେ କେତେ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି, କେତେ ବେକାରଙ୍କୁ ନିଯୁକ୍ତି ଦିଆଯାଇଛି , ତାର ଟିକିନିଖି ହିସାବ କରି ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହା ସହ ଜିଡିପି ଅଭିବୃଦ୍ଧି ହାର ଉପରେ ବିଭିନ୍ନ କାର୍ଯ୍ୟକ୍ରମ ର ପ୍ରଭାବ ଆକଳନ କରିବା ଲାଗି ମଧ୍ୟ କୁହାଯାଇଛି । ୨୦୧୯ ନିର୍ବାଚନ ପୂର୍ବରୁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ପ୍ରଧାନମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶର ନିଯୁକ୍ତିହାନୀ ହାର ଏପ୍ରିଲ୍ରେ ୫.୮୬କୁ ହ୍ରାସ ପାଇଥିଲା । ତେବେ ସିଏମଆଇ ଡାଟା ଅନୁଯାୟୀ ମାର୍ଚ୍ଚରେ ତାହା ୧୫ ମାସ ଭିତରେ ସର୍ବାଧିକ ୬.୨୩ ଥିଲା । ତେଣୁ ନିଯୁକ୍ତି ନେଇ ବାରମ୍ବାର ସମାଲୋଚିତ ବିଜେପି ସରକାର ନିଯୁକ୍ତିର ସମୀକ୍ଷା ଆରମ୍ଭ କରିଛି । ଆସନ୍ତା ୨୬ ତାରିଖରେ ମୋଦି ସରକାର ୪ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ , ଏବେ ତାର ସମୀକ୍ଷା ଆରମ୍ଭ ହୋଇଛି ।