ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମାତ୍ର ୨୦ ମିନିଟ୍ ଡେରିରେ ଅଫିସ ପହଁଚିଲେ କର୍ମଚାରୀ, ବାହାର କରିଦେଲେ ବସ୍

7/08/2022 at 10:48 AM

ନୂଆଦିଲ୍ଲୀ ୦୭/୦୮: ମାନ୍ଦାବସ୍ଥା କାରଣରୁ ଅନେକ ବଡ ବଡ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । କିନ୍ତୁ ଏପରି ଏକ ଛଟେଇ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପ୍ରକୃତରେ ଛଟେଇ ପଛର କାରଣ ଚକିତ କରିଛି । କେବଳ ୨୦ ମିନିଟ ବିଳମ୍ବରେ ଅଫିସ ଆସିବାରୁ କର୍ମଚାରୀଙ୍କୁ ଚାକିରୀ ନେଇଛି । ତେବେ କର୍ମଚାରୀଜଣଙ୍କ ୭ ବର୍ଷ ହେବ ଠିକ୍ ସମୟରେ ଆସୁଥିଲେ । କିନ୍ତୁ ଦିନେ ବିଳମ୍ବ ହେବାରୁ ତାଙ୍କୁ ଭାରି ପଡିଛି ।

ରେଡିଟରେ ମାମଲା

ଏହି ଘଟଣା ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ଆଣ୍ଟିଓ୍ୱାର୍କ ଫୋରମ୍ ସେୟାର କରିଛି । ପୋଷ୍ଟ କରିଥିବା ୟୁଜର କହିଛନ୍ତି ଯେ, ତାଙ୍କ ସହଯୋଗୀ କାର୍ଯ୍ୟାଳୟରେ ୭ ବର୍ଷ ହେଲା କାମ କରୁଥିଲେ । ସେ ପ୍ରଥମ ଥର ପାଇଁ ୨୦ ମିନିଟ୍ ବିଳମ୍ବରେ ପହଁଚିଥିଲେ । ଫଳରେ ବସ୍ ତାଙ୍କୁ ଚାକିରୀରୁ ବାହାର କରିଦେଇଥିଲେ । ତେବେ ପୋଷ୍ଟରେ ଏହି ମାମଲା କେଉଁଠି ଘଟିଛି ତାହା କୁହାଯାଇ ନାହିଁ ।

ବିରୋଧ କଲେ ଅନ୍ୟ କର୍ମଚାରୀ

ୟୁଜରଜଣଙ୍କ ଆହୁରି ଲେଖିଛନ୍ତି ଯେ, ଅନ୍ୟ କର୍ମଚାରୀମାନେ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ । ସମସ୍ତେ ତା ପର ଦିନ ବିଳମ୍ବରେ କାର୍ଯ୍ୟାଳୟରେ ପହଁଚିଥିଲେ । ଯଦି ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁଣି ଅବସ୍ଥାପିତ କରାନଯାଏ ତେବେ ସେମାନେ ସବୁଦିନ ଏପରି ବିଳମ୍ବ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

କମ୍ପାନୀକୁ ସମାଲୋଚନା

ଏହି ପୋଷ୍ଟ ସେୟାର ହେଲା ପରେ ଅନେକ ଏହା ପରେ କମେଣ୍ଟ କରିଥିଲେ । ଏହାକୁ ଏବେସୁଦ୍ଧା ୮୦ ହଜାର ଲୋକେ ଲାଇକ୍ କରିଥିବା ବେଳେ କିଛି ନିଜ ନିଜର ଅଭିଜ୍ଞତା ବାବଦରେ ଦର୍ଶାଇଛନ୍ତି । ଅଧିକାଂଶ ୟୁଜର ଚାକିରୀରୁ ବିଦା ହୋଇଥିବା କର୍ମଚାରୀଙ୍କ ସପକ୍ଷରେ ବାହାରିଥିଲେ । ଏହାସହ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ୟୁଜରଙ୍କ ଭିନ୍ନ ମତ

ଜଣେ ୟୁଜର ଏହାର ରିପ୍ଲାଏ ଦେଇ କହିଥିଲେ ଯେ, କମ୍ପାନୀ ସେହି କର୍ମଚାରୀଙ୍କୁ ବାହାରି କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲା । କେବଳ ଏକ ବାହାନା ଖୋଜୁଥିଲା । ୨୦ ମିନିଟ୍ ବିଳମ୍ବରେ ପହଁଚିଲା ପରେ କମ୍ପାନୀକୁ ଏକ ବାହାନା ମିଳିଯାଇଥିଲା ବୋଲି ସେ ଲେଖିଛନ୍ତି ।    

   Related Posts