scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାତରେ ଚକୋଲେଟ୍ ଧରି ଚାକିରି ଖୋଜା, ଦୁବାଇ ଟ୍ରାଫିକ୍ ପୋଷ୍ଟ୍ ନିକଟରେ ଅଭିନବ ଉପାୟରେ ଜବ୍ ପାଇଁ ଗୁହାରି, ସିଭିରେ ଟଫି ଯୋଡ଼ି ବାଣ୍ଟିଲେ ଯୁବକ

10/11/2022 at 8:37 PM

ନୂଆଦିଲ୍ଲୀ: ଟ୍ରାଫିକ୍ ସିଗ୍‌ନାଲ ନିକଟରେ ଚାକିରି ଖୋଜା। ପ୍ରତି ସିଭିରେ ଯୋଡ଼ାଯାଇଛି ଚକୋଲେଟ୍ । ଲୋକଙ୍କୁ ବାୟୋଡାଟା ଦେବା ସହିତ ଚକୋଲେଟ୍‌ର ଗୋଟିଏ ଛୋଟ ବାର୍ ଦେଉଛନ୍ତି। ଏଭଳି ଅଭିନବ ଉପାୟରେ ଚାକିରି ଖୋଜୁଛନ୍ତି ଦୁବାଇର ଜଣେ ଯୁବକ । ମାରିନା ଟ୍ରାଫିକ୍ ସିଗ୍‌ନାଲ ନିକଟରେ ଛିଡ଼ା ହୋଇ ଚାକିରି ପାଇଁ ଲୋକଙ୍କୁ ଗୁହାରି କରିବା ସହିତ ନିଜର ସିଭି ଓ ଟଫି ଦେଉଛନ୍ତି ।

ଅଭିନବ ଉପାୟରେ ଚାକିରି ଖୋଜୁଛନ୍ତି ଦୁବାଇର ଯୁବକ । ଚାକିରି ଚାଲିଯିବା ଓ ବିଭିନ୍ନ ରୋଜଗାର ଓ୍ବେବସାଇଟ୍‌ରୁ ଜବ୍ ଖୋଜି ବିଫଳ ହେବା ପରେ ନିରାଶ ନହୋଇ ନୂଆ ଉପାୟ ଆପଣାଇଛନ୍ତି ନଓ୍ବାର ମୌଖାଲଲାତି । ମାରିନା ଟ୍ରାଫିକ୍ ପୋଷ୍ଟ୍ ନିକଟରେ ଛିଡ଼ା ହୋଇ ଚାକିରି ପାଇଁ ସମସ୍ତଙ୍କୁ ଗୁହାରି କରୁଛନ୍ତି । ନିଜର ବାୟୋଡାଟାରେ ଚକୋଲେଟ୍ ଯୋଡ଼ି ବାଣ୍ଟିବା ଆରମ୍ଭ କରିଦେଇଛନ୍ତି । ଚାକିରି ଖୋଜିବାରେ ସହଯୋଗ କଲେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି ବୋଲି ନୋଟ୍ ପ୍ୟାଡ୍‌ରେ ଉଲ୍ଲେଖ କରିଛନ୍ତି ।

ଲିଓ୍ବନ ଦୁବାଇର ରିପୋର୍ଟ ଅନୁଯାୟୀ, ନଓ୍ବାର ମୌଖାଲଲାତି ନିଜ ସିଭିରେ ଅଲ୍ ଜରକା ବିଶ୍ବବିଦ୍ୟାଳୟରୁ ମାର୍କେଟିଂରେ ମାଷ୍ଟର ଡିଗ୍ରୀ କରିଥିବା ଉଲ୍ଲେଖ କରିଛନ୍ତି । ପାଠପଢ଼ା ସରିବା ପରେ ଏକ କମ୍ପାନୀରେ ସେଲ୍ସ ମ୍ୟାନ୍ ଭାବେ ଚାକିରି କରୁଥିଲେ ଏବଂ  ବିଭିନ୍ନ ବ୍ୟବସାୟିକ କ୍ଷେତ୍ରରେ ଅଭିଜ୍ଞତା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଲିଙ୍କ୍‌ଡେନ୍‌ରୁ ଚାକିରି ଖୋଜି ଅସଫଳ ହେବା ପରେ ଏଭଳି ଉପାୟ ଆପଣାଇଛି ବୋଲି ନଓ୍ବାର ଏକ ପୋଷ୍ଟରେ ଲେଖିଛନ୍ତି । ଏହା ସହିତ ଶୀଘ୍ର କାମ ମିଳିଯିବା ନେଇ ଆଶା ମଧ୍ୟ ରଖିଛନ୍ତି ।    

ସେପଟେ ଯୁବକଙ୍କ ଏପରି ଭିନ୍ନ ତରିକାକୁ ସମସ୍ତେ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ନଓ୍ବାରଙ୍କୁ ଚାକିରି ଦେବାକୁ ବିଭିନ୍ନ କମ୍ପାନୀମାନଙ୍କୁ ନିବେଦନ କରିଛନ୍ତି । ମାକେର୍ଟିଂରେ ଯୁବକ କମ୍ପାନୀ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୋଷ୍ଟରେ ଲେଖିଛନ୍ତି । ଅନ୍ୟଜଣେ ମଧ୍ୟ ନଓ୍ବାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ସିଭିକୁ ମାର୍କେଟିଂ କମ୍ପାନୀମାନଙ୍କୁ ପଠାଇଥିବା ପୋଷ୍ଟରେ କହିଛନ୍ତି । ତେବେ ଚାକିରି ପାଇଁ ଦୁବାଇ ଯୁବକଙ୍କ ଏଭଳି ଅଭିନବ ପ୍ରୟାସକୁ ସମସ୍ତେ ପସନ୍ଦ କରିଛନ୍ତି ।

   Related Posts