Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଚାକିରି ଆଶାୟୀ ଏବଂ ପୋଲିସ୍ ମଧ୍ୟରେ ସଂଘର୍ଷ, ସିବିଆଇ ତଦନ୍ତ ଦାବିରେ ଚାଲିଥିଲା ବିରୋଧ ପ୍ରଦର୍ଶନ

9/02/2023 at 6:00 PM

ଡେରାଡୁନ: ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀ ଏବଂ ପୋଲିସ ମଧ୍ୟରେ ଗୁରୁବାର ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ସଂଘର୍ଷ ହୋଇଛି। ପ୍ରଶ୍ନ ପତ୍ର ଲିକ୍ ମାମଲାର ସିବିଆଇ ତଦନ୍ତ ଦାବିରେ ଶହ ଶହ ସଂଖ୍ୟାରେ ଆଶାୟୀ ନିଜର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ପ୍ରଦର୍ଶନ ସମୟରେ ପଥରମାଡ ହେବାରୁ ପୋଲିସ୍ ଲାଠିଚାର୍ଜ କରିଛି। ଏହି ସମୟରେ ଆଶାୟୀ ଏବଂ ପୋଲିସ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି।

ଗତ କିଛି ଦିନ ହେବ ପ୍ରଦର୍ଶନକାରୀ ଡେରାଡୁନରେ ଉତ୍ତରାଖଣ୍ଡ ଲୋକ ସେବା ଆୟୋଗ(UKPSC) ପରୀକ୍ଷାରେ  ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନ ଚଳାଇଛନ୍ତି। ନିକଟରେ ପେପର ଲିକ୍ ମାମଲାରେ ଏସଟିଏଫ ଅନେକ ଲୋକଙ୍କୁ ଗିରଫ କରିଛି। ସେମାନେ ପେପର ଲିକ୍ କରି ୨୦୨୧ ଡିସେମ୍ବର ୪ ଏବଂ ୫ ତାରିଖରେ ଆୟୋଜିତ ପରୀକ୍ଷାରେ ସାମିଲ୍ ହୋଇଥିଲେ।

ପେପର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟର ହଜାର ହଜାର ପରୀକ୍ଷାଙ୍କ ମାହୋଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପରୀକ୍ଷାରେ ଅନେକ ଅନିୟମିତା ହୋଇଥିବା ଅଭିଯୋଗ ଉଠିଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ପେପର ଲିକ୍ ମାମଲାରେ ରାଜ୍ୟ ସରକାର ସତର୍କ ହେବା ସହ ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଆହୁରି ସ୍ଵଚ୍ଛତା ଆଣିବା ପାଇଁ ଏକ ନୂତନ ଆଇନ ଆଣିବେ ବୋଲି କହିଛନ୍ତି। ନୂଆ ଆଇନ ହେଉଛି ଆଣ୍ଟି କପିଂ ଲ। ଯଦି କେହି ପରୀକ୍ଷା ସମୟରେ କପି କରେ କିମ୍ବା ଅନିୟମିତତା କରେ ତେବେ ତାଙ୍କୁ ପରୀକ୍ଷାରୁ ୧୦ ବର୍ଷ ବାସନ୍ଦ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

   Related Posts