'ନମୋ ଷ୍ଟାଡିୟମର ପିଚ୍ ଖେଳିବା ଉପଯୋଗୀ ଥିଲା ନା ନାହିଁ ଆଇସିସି ନିଷ୍ପତ୍ତି ନେବ', ପରାଜୟ ପରେ ଏମିତି କହିଲେ ଜୋ ରୁଟ୍...

Published By : Prameya-News7 Bureau | February 26, 2021 IST

ଅହମ୍ମଦାବାଦ, ୨୬/୦୨ :   ଅହମ୍ମଦାବାଦ ଟେଷ୍ଟରେ ଇଂଲଣ୍ଡ ଭାରତଠୁ ୧୦ ଓ୍ୱିକେଟରେ ପରାସ୍ତ ହୋଇଛି । ପରାଜୟ ପରେ ଅଧିନାୟକ ଜୋ ରୁଟ ଷ୍ଟାଡିୟମର ପିଚ୍ ଟେଷ୍ଟ ଖେଳିବାକୁ ଅନୁକୂଳ ନା ନାହିଁ ତାହା ଆଇସିସି ନିଷ୍ପତ୍ତି ନେବ ବୋଲି କହିଛନ୍ତି । ଇଂଲଣ୍ଡ ଉଭୟ ପାଳିରେ ବହୁତ କମ୍ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ପାଳିରେ ଭ୍ରମଣକାରୀ ଦଳ ୧୧୨ ଓ ଦ୍ୱିତୀୟ ପାଳିରେ ୮୧ ରନ୍ କରିଥିଲା ।

ଭାରତ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତିଥିଲା । କିନ୍ତୁ ରୁଟ୍ ପିଚକୁ ଏଥିପାଇଁ ଦୋଷ ଦେଇନଥିଲେ । ତେବେ ସେ କହିଛନ୍ତି ଯେ, ଏହି ପିଚ୍ ଟେଷ୍ଟ ଅନୁକୂଳ ନା ନାହିଁ ତାହା ଆଇସିସି ବିଚାର କରିବ । ଏହି ପିଚ୍ ବହୁତ ଚ୍ୟାଲେଞ୍ଜିଂ । ବ୍ୟାଟସମ୍ୟାନଙ୍କ ପାଇଁ ଏହା ବହୁତ କଠିନ ଥିଲା । ଖେଳାଳି ଭାବେ ସେମାନେ ସବୁ ପରିସ୍ଥିତିର ମୁକାବିଲା କରିଛନ୍ତି । ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ତାଙ୍କ ଦଳ ପ୍ରଥମ ଇନିଂସରେ ବଡ ସ୍କୋର କରିବାର ସୁଯୋଗ ହରାଇଥିଲା । ଯାହା ସମ୍ଭବ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପ୍ରଥମ ଇନିଂସରେ ସୁଯୋଗକୁ ହାତଛଡା କରିଥିଲେ । ଦଳର ସ୍କୋର ଗୋଟିଏ ସମୟରେ ୭୪ ରନରେ ୨ ଓ୍ୱିକେଟ ଥିଲା । ବଡ ସ୍କୋର ହୋଇପାରିଥାନ୍ତା ବୋଲି ସେ କହିଛନ୍ତି ।

ତେବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦଳର ବ୍ୟାଟିଂକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । କୋହଲି କହିଛନ୍ତି ଯେ, ଉଭୟ ଦଳ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାଁନ୍ତି । ବ୍ୟାଟସମ୍ୟାନଙ୍କ ପାଖରେ ସ୍କିଲର ଅଭାବ ଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ବ୍ୟାଟିଂ କରିବା ପାଇଁ ଭଲ ସୁଯୋଗ ଥିଲା । ଉଭୟ ଦଳ ଖରାପ ବ୍ୟାଟିଂ କରିଥିବା ସ୍ୱୀକାର କରିଛନ୍ତି କୋହଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.