ଦେବତା ଉଚ୍ଚ ଜାତିର ନୁହନ୍ତି, SC କିମ୍ବା ST ହୋଇ ଥାଇ ପାରନ୍ତି ଭଗବାନ ଶିବ: ଜେଏନୟୁ କୁଳପତି
22/08/2022 at 10:42 PM

ନୂଆଦିଲ୍ଲୀ: ମାନବଶାସ୍ତ୍ରୀୟ ଭାବେ ଦେବତା ଉଚ୍ଚ ଜାତିର ନୁହନ୍ତି। ଭଗବାନ ଶିବ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜାତି ହୋଇ ଥାଇ ପାରନ୍ତି। ସୋମବାର ଏମିତି କହିଛନ୍ତି ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ)ର କୁଳପତି ଶାନ୍ତିଶ୍ରୀ ଧୂଳିପୁଡି। ସେ କହିଛନ୍ତି, ମୁଁ ସମସ୍ତ ମହିଳାଙ୍କୁ ଜଣାଉଛୁ ଯେ ମନୁସ୍ମୃତି ଅନୁସାରେ ସମସ୍ତ ମହିଳା ଶୁଦ୍ର ଅଟନ୍ତି। ଏଥିପାଇଁ କୌଣସି ମହିଳା ଏହା ଦାବି କରି ପାରିବେ ନାହିଁ ଯେ, ସେମାନେ ବ୍ରାହ୍ମଣ କିମ୍ବା ଅନ୍ୟ ଉଚ୍ଚ ଜାତିର। ବିବାହ ପରେ ମହିଳାଙ୍କୁ ଜାତି ମିଳିଥାଏ।
ଜେଏନୟୁ କୁଳପତି କହିଛନ୍ତି, ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆମ ଦେବତାଙ୍କ ଉତ୍ପତିକୁ ମାନବଶାସ୍ତ୍ରୀୟ ଭାବେ ଜାଣିବା ଉଚିତ୍। ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ଯେ, ଆମେ ବାବା ସାହେବଙ୍କ ବିଚାର ଉପରେ ପୁନର୍ବିଚାର କରୁଛୁ। ସେ କହିଛନ୍ତି ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ, ଏହା ଜୀବନର ଏକ ଶୈଳୀ। ତେଣୁ ଆମେ ସମାଲୋଚନାକୁ କାହିଁକି ଡରିବା। ହୋଇପାରେ ଭଗବାନ ଜଗନ୍ନାଥ ଆଦିବାସୀ ହୋଇ ଥାଇ ପାରନ୍ତି ବୋଲି ଜେଏନୟୁ କୁଳପତି କହିଛନ୍ତି।