oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଫିସ୍ ବୃଦ୍ଧିକୁ ନେଇ ଜେଏନୟୁରେ ଛାତ୍ରଛଙ୍କ ଲଙ୍କାକାଣ୍ଡ, ୱାଟର କ୍ୟାନନ ଲଗାଇ ବିକ୍ଷୋଭକାରୀଙ୍କୁ କ୍ୟାମ୍ପସରୁ ଘଉଡାଇଲା ପୋଲିସ

11/11/2019 at 5:05 PM

ନୂଆଦିଲ୍ଲୀ ୧୧।୧୧:  ଫିସ୍ ଓ ଡ୍ରେସକୋଡକୁ ନେଇ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ସୋମବାର ଛାତ୍ର ଲଙ୍କାକାଣ୍ଡ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଦିକ୍ଷାନ୍ତ ସମାରୋହ ଚାଲିଥିବା ବେଳେ ପ୍ରଦର୍ଶନକାରୀ ଛାତ୍ର ସମାରୋହସ୍ଥଳକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ସହ ଛାତ୍ରଙ୍କ ଧସ୍ତାଧସ୍ତି ହୋଇଥିବା ବେଳେ ଉତ୍ୟକ୍ତ ଛାତ୍ରଙ୍କୁ ଘଉଡାଇବା ଲାଗି ପୋଲିସ ୱାଟର କ୍ୟାନନ ବ୍ୟବହାର କରିଥିଲା।

ବିଶ୍ୱବିଦ୍ୟାଳୟରେ ଅଖିଳଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ଦିକ୍ଷାନ୍ତ ସମାରୋହରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରମାନେ ବିଶ୍ୱବିଦ୍ୟାଳୟଙ୍କ ନିଷ୍ପତ୍ତି ସମ୍ପର୍କରେ ଭିସିଙ୍କୁ ସଭାସ୍ଥଳରେ ଭେଟିବାକୁ ଚାହୁଁଥିଲେ।  ତେବେ ସେମାନଙ୍କୁ ଭେଟିବାକୁ ଦିଆ ନଯିବାରୁ ଛାତ୍ର ବିକ୍ଷୋଭକୁ ଓହ୍ଲାଇଆସିଥିଲେ।  ବିଶ୍ୱବିଦ୍ୟାଳୟ ନୂଆ ନିୟମରେ ଛାତ୍ରାବାସ ଶୁଳ୍କକୁ ପ୍ରାୟ ୩୦ଗୁଣା ବୃଦ୍ଧି କରାଯାଇଥିବା ବେଳେ  ମେସ୍ ସିକ୍ୟୁରିଟି ଫିସ ମଧ୍ୟ ଦୁଇଗୁଣାର ଅଧିକ କରିଛନ୍ତି। ସେହିପରି ଛାତ୍ରବାସ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି।  ଛାତ୍ରଛାତ୍ରୀଙ୍କୁ ଛାତ୍ରାବାସରେ ରାତି ୧୧ଟା ସୁଦ୍ଧା ଉପସ୍ଥିତ ରହିବାକୁ କୁହାଯାଇଛି। ସାଢେ ୧୧ ପରେ ଅନ୍ୟ କୌଣସି ଛାତ୍ରବାସରେ ଅଥବା କ୍ୟାମ୍ପସରେ ଯଦି ଛାତ୍ର ବା ଛାତ୍ରୀ ମିଳନ୍ତି ତେବେ ତାଙ୍କ ବିରୋଧରେ କଡ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ନିୟମ କରାଯାଇଛି।

ତେବେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଅନୁସାରେ ଗତ ୧୪ ବର୍ଷରେ ଫି ଷ୍ଟ୍ରକ୍ଚରରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ତେବେ ଯେଉଁ ବୃଦ୍ଧି କରାଯାଇଛି ତାହା ବର୍ତ୍ତମାନ ସମୟର ବଜାର ମୂଲ୍ୟଠାରୁ ମଧ୍ୟ ଅନେକ ଗୁଣା କମ। ଏହାଛଡା ବିଶ୍ୱବିଦ୍ୟାଳୟର ପୂର୍ବ ଆଇନକାନୁନରେ କୌଣସି ପରିବର୍ତ୍ତନ କରାଯାଇନଥିବା କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ଛାତ୍ରମାନେ ଫି ବୃଦ୍ଧି, ଡ୍ରେସକୋଡ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗତ ୧୫ ଦିନ ହେଲା ଭିସିଙ୍କୁ ଭେଟିବାକୁ ଚାହୁଁଛୁ। ତେବେ ଭିସି ଦେଖ ଦେଉନଥିବା ବେଳେ କାର୍ଯ୍ୟକ୍ରମ ସ୍ଥଳରେ ତାଙ୍କୁ ଭେଟିବାକୁ ଉଦ୍ୟମ କରିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

   Related Posts